
ମାଣତ୍ରୀ (ଅଞ୍ଜନ କୁମାର ଦାସ) : ଶ୍ରାବଣ ମାସ ରେ ଶିବ ମନ୍ଦିର କୁ ସୁଅ ଛୁଟିଥାଏ କାଉଡ଼ିଆ ଭକ୍ତ ମାନଙ୍କ ର। ଶାସ୍ତ୍ରୀୟ ମତରେ ଶ୍ରାବଣ ମାସରେ ଶିବ ଙ୍କ ମସ୍ତକରେ ଜଳ ଲାଗି କଲେ ଭକ୍ତଙ୍କ ର ମନବାଞ୍ଛା ପୂର୍ଣ୍ଣ କରନ୍ତି ହରହର ମହାଦେବ ଭଳା ଶଙ୍କର। ଏହି ନିୟମକୁ ପ୍ରାଧାନ୍ୟ ଦେଇ ମୂଷାଗଡିଆ ଗ୍ରାମ ର କିଛି ପିଲା ମାନେ କରିଛନ୍ତି ନିଆରା ପ୍ରୟାସ୍। ଆଠୋଟି ଗୋରା ରେ ସହେ ପଚାଶ ଲିଟର ପାଣି ବାରିପଦା ଅମ୍ବିକା ମନ୍ଦିର ନିକଟସ୍ଥ ବୁଢା ବଳଙ୍ଗ ନଦୀ କୂଳରୁ ପାଣି ଧରି ଯାତ୍ରା କରିଛନ୍ତି ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ମାଣତ୍ରୀ କୁ। ଶୁକ୍ରବାର ଦିନ ନଦୀ କୂଳରେ ସଂଧ୍ୟା ସମୟ ରେ ପୁଜା ର୍ଅଚନା କରି ଛଟି ଗୋରା ରେ କୁଡିଏ ଲିଟର ଲେଖାଏଁ ପାଣି ଦୁଇଟି ଗୋରା ପନ୍ଦର ଲିଟର ଲେଖାଏଁ ପାଣି ଧରି ଯାତ୍ରା ଆରମ୍ଭ କରିଥିଲେ ମୂଷାଗଡିଆ ଗ୍ରାମ ର କାଉଡ଼ିଆ ଭକ୍ତ। ପଚାଶ କିଲୋମିଟର ତିନି ଦିନ ଯାତ୍ରା କରିସାରିବା ପରେ ବାବା କଖାରୁଆ ବୈଦ୍ୟନାଥ ଙ୍କ ମସ୍ତକରେ ସମବାର ଦିନ ଜଳ ଲାଗି କରିଛନ୍ତି କାଉଡ଼ିଆ ଭକ୍ତ। ସାରା ଜଗତର ମଙ୍ଗଳ କାମନା ପାଇଁ ଯାତ୍ରା କରିଥିଲେ ମୂଷାଗଡିଆ ଗ୍ରାମ ର ପିଲାମାନେ ।