ଓଡିଶା ରାଜ୍ୟ ଏଡିଇଓ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର ଓଡିଶା ରାଜ୍ୟ ଏଡିଇଓ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ସଂଘ ସଭାପତି ପ୍ରଭାତ କୁମାର ତିୱାରୀ ସଭାପତିତ୍ୱରେ ସମସ୍ତ ଜିଲ୍ଲାର ପ୍ରତିନିଧି ଉପସ୍ଥିତ ରହି ବିଭିନ୍ନ ସାଙ୍ଗଠନିକ ସମସ୍ୟା ଓ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ପଞ୍ଚାୟତିରାଜ ବିଭାଗରେ ୨୦ ବର୍ଷ ଧରି ଠିକା ନିଯୁକ୍ତି ରେ କାମ କରୁଥିବା ଜି ଆର ଏସ ମାନଙ୍କୁ ଦୁଇବର୍ଷ ତଳେ ଏ ଡି ଇ ଓ ଭାବେ ସରକାର ସ୍ଥାୟୀ ନିଯୁକ୍ତି ଦେଇଥିଲେ । ବୟସ ର ଅପରାହ୍ନ ରେ ନୂଆ ଚାକିରି ଆରମ୍ଭ କରିଥିବା ଏ ଡି ଇ ଓ ମାନଙ୍କର ମୂଳ ଦରମା (ଲେଭେଲ ୩ ) ୧୮୦୦୦ ହୋଇଥିବାରୁ ଏବଂ ଜିଲ୍ଲାର ଅନ୍ୟ ବ୍ଲକ୍ ରେ ଦୂରକୁ ଯାଇ ଚାକିରି କରିଥିବାରୁ ପରିବାର ପ୍ରତିପୋଷଣ ରେ କଷ୍ଟକର ହେଉଛି , ଏଣୁ ଅଭିଜ୍ଞତା ଆଧାର ରେ ଦରମା ବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଲୋଚନା ହେଇଥିଲା । ନିଜ ବ୍ଲକରେ କାର୍ଯ୍ୟ କରିବା ପାଇଁ ଥିବା ପ୍ରତିବନ୍ଧକ ହଟାଇବା ,ଜବ ଚାର୍ଟ ଅନୁଯାୟୀ କାମ କରିବାକୁ ସୁଯୋଗ ଦେବା, ଜବ ଚାର୍ଟ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ କଲେ ପ୍ରୋତ୍ସାହନ ରାଶି ବ୍ୟବସ୍ଥା, ସମସ୍ତ ସରକାରୀ ଚାକିରିଆ ଭଳି ପଦୋନ୍ନତି ସର୍ତ୍ତାବଳୀ ଇତ୍ୟାଦି କରିବା ନିମିତ୍ତ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଲୋଚନା ହେଇଥିଲା । ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସଂଘ ରେ କିଛି ସମସ୍ୟା ଥିବାରୁ ସମାଧାନ ପାଇଁ ରାଜ୍ୟ ସଭାପତି ନେତୃତ୍ବରେ ୫ ଜଣିଆ ଟିମ୍ ଗଠନ କରାଯାଇଥିଲା ।ରାଜ୍ୟ କାର୍ଯ୍ୟକାରୀ ସଭାପତି ଡ଼କ୍ଟର ଅଜୟ କୁମାର ଜେନା ଓ ସାଧାରଣ ସମ୍ପାଦକ ସଂଗ୍ରାମ ସିଂ ସଭା ପରିଚାଳନା କରିଥିଲେ । ବୈଠକରେ ରାଜ୍ୟ ସଂଘର କର୍ମକର୍ତ୍ତା ଦେବାଶିଷ ରାଉତ, ଗାୟତ୍ରୀ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ପତି, ରଜନୀ ପଟ୍ଟନାୟକ, ରାଜେଶ ବେହେରା,ମଳୟ କୁମାର ସାହୁ, ସୁଶୀଲ ପାଣିଗ୍ରାହୀ,ମନୋଜ ପାଢ଼ୀ, ନେପାଳକ୍ରିଷ୍ଣା ବର୍ଦ୍ଧନ, ଶିବରାମ ପଣ୍ଡା, ପ୍ରଦ୍ୟୁମ୍ନ ସାହୁ, ପରମେଶ୍ବର ବିଶ୍ଵାଳ ଓ ସମସ୍ତ ଜିଲ୍ଲା ସଂଘ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ l ଶେଷରେ କାର୍ଯ୍ୟକାରୀ ସଭାପତି ବାବାଜୀ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
