କାର୍ଗିଲ ବିଜୟ ଦିବସ :
କାର୍ଗିଲ ଯୁଦ୍ଧରେ ଓଡ଼ିଶାର ପ୍ରଥମ ସହିଦ ଗୋପୀନାଥ ଙ୍କୁ ଝୁରୁଛି ଜନ୍ମମାଟି।
ନିଶିନ୍ତ କୋଇଲି….. ) ଆଜି କାର୍ଗିଲ ବିଜୟ ଦିବସ ।କାର୍ଗିଲ ଯୁଦ୍ଧ ରେ ଓଡିଶା ରୁ ପ୍ରଥମ ସହିଦ ହୋଇଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ ମହାରଣା।ଗୋପୀନାଥ ମାତ୍ର ୧୮ବର୍ଷ ବୟସ ରେ ୫୨୮ବାଟାଲିୟନ ରେ ଯୋଗ ଦେଇ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ।
କାର୍ଗିଲ ଯୁଧ୍ୟ ସମୟ ରେ ଅସ୍ତ୍ର,ଶସ୍ତ୍ର ଓ ଗୋଳାବାରୁଦ ନେଇ ଯାଉଥିବା ବେଳେ ୧୯୯୯ ମସିହା ମେ ମାସ ୧୯ ତାରିଖରେ ଶତ୍ରୁପକ୍ଷର ଗୁଳିରେ ମାତ୍ର ୨୩ ବର୍ଷ ବୟସ ରେ ସହିଦ ହୋଇଥିଲେ।ଇତିମଧ୍ୟରେ କାର୍ଗିଲ ଯୁଦ୍ଧ କୁ ହୋଇଛି ୨୬ ବର୍ଷ । ପ୍ରଥମ ସହିଦ ହୋଇଥିବା ଗୋପୀନାଥ ଙ୍କୁ ଝୁରୁଛି ଜନ୍ମମାଟି।ପିତା ଯଦୁମଣିମହାରଣା ଙ୍କର ପରଲୋକ ହୋଇଯାଇଥିବା ବେଳେ, ବୃଦ୍ଧା ମାତା ଝୁମୁରୀ ମହାରଣା ପୁଅର ପ୍ରତିମୂର୍ତ୍ତିନିକଟରେ ଅତୀତକୁ ମନେପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି।
ଆଜିବି ତାଙ୍କର ଜନ୍ମମାଟି ସହିଦ ଗୋପୀନାଥ ଙ୍କ ଦେଶ ମାତୃକା ପାଇଁଦେଇଥିବା ବଳିଦାନ ର ସ୍ମୃତିକୁ ଉଜାଗର କରୁଛି। ଜୁଲାଇ ୨୬ ତାରିଖ ଦିନଟିକୁ ସାରାଭାରତ ବର୍ଷ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରୁଛି। ଆଜିର ଦିନରେ ରେ ପାକିସ୍ତାନ ବିରୋଧ ରେ ଭାରତୀୟ ସେନା ର ବୃହତ ବିଜୟ ହୋଇଥିଲା। ଏଥିପାଇଁ ପ୍ରତ୍ୟେକ ଭାରତୀୟ ଆଜିର ଦିବସରେ ଗର୍ବର ସହ ଭାରତ ମାତାର ଜୟଗାନ କରୁଛନ୍ତି | କାର୍ଗିଲ ବିଜୟ ଦିବସ ରେ ଜନ୍ମ ମାଟି ରେ ଥିବା ପ୍ରତିମୂର୍ତ୍ତି ରେ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ଗ୍ରାମବାସୀ, ଜନସାଧାରଣ, ଗଣମାଧ୍ୟମ ବ୍ୟକ୍ତି ବିଶେଷ ଙ୍କ ସହ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ କୁମାର ଦାଶ, ସୋମ୍ୟ ରଞ୍ଜନ ସାହୁ, ଜଗତବଲବ ନନ୍ଦ, କମଳା କାନ୍ତ ଦାସ, ସମରେନ୍ଦ୍ର ଆଚାର୍ଯ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳିଜ୍ଞାପନ କରି ଥିଲେ |ସାଲେପୁର ରୁ ସମରେନ୍ଦ୍ର ଆଚାର୍ଯ୍ୟ ଙ୍କ ରିପୋଟ
