ଶ୍ରେଷ୍ଠ ଯୁବ ସଂଗଠକ ସମ୍ମାନରେ ସମ୍ମାନିତ ହେଲେ ଚିନ୍ମୟ ବେବର୍ତ୍ତା।
ଭଞ୍ଜନଗର : ୨୮/୦୭ (ପ୍ରଫୁଲ୍ଲ କୁମାର ମହାରଣା) ବ୍ରହ୍ମପୁରସ୍ଥିତ ଉତ୍କଳ ଆଶ୍ରମନ୍ୟାସ, ଭାଷା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଉତ୍କଳିକା ସାହିତ୍ୟ ପ୍ରତିଷ୍ଠାନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ୱତ ସମାବେଶରେ କବି, ସଂଗଠକ, ପ୍ରକାଶକ, ସମ୍ପାଦକ, ସାମ୍ବାଦିକ ଚିନ୍ମୟ କୁମାର ବେବର୍ତ୍ତା ଶ୍ରେଷ୍ଠ ଯୁବ ସଂଗଠନକ ସମ୍ମାନରେ ସମ୍ମାନିତ ହେଲେ। ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଓ ତୃତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଦ୍ୱିତୀୟ ଅଧିବେଶନରେ ଆଲୋଚନା ଚକ୍ର, ପୁସ୍ତକ ଉନ୍ମୋଚନ ହେବା ସହିତ ସମ୍ବର୍ଦ୍ଧନା କାର୍ଯ୍ୟ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟିକା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ. ପ୍ରଭାତୀ କୁମାରୀ ମହାପାତ୍ର, ମୁଖ୍ୟଅତିଥିଭାବେ ନିଖିଳ ଉତ୍କଳ ବରିଷ୍ଠ କଳାକାର ମହାସଂଘର ସଭାପତି ଡା. ତିରୁପତି ସାହୁ, ମୁଖ୍ୟବକ୍ତା ଭାବେ କବି ଓ ନାଟ୍ୟକାର ଇଂ ଯାମିନୀକାନ୍ତ ଦାସ, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ବି.ଡ଼ି.ଏ ଅଧ୍ୟକ୍ଷ ତଥା ବୃକ୍ଷ ମଣିଷ ସୁବାସ ଚନ୍ଦ୍ର ମହାରଣା ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ କାର୍ଯ୍ୟକ୍ରମରେ ୧୧ଗୋଟି ପୁସ୍ତକ ଉନ୍ମୋଚନ ହେବା ସହିତ ୧୫ଜଣ ବ୍ୟକ୍ତି ସମ୍ବର୍ଦ୍ଧିତ ହେବେ। ଶ୍ରୀଯୁକ୍ତ ବେବର୍ତ୍ତା ୨୦୦୨ ମସିହାରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ପ୍ରତିଷ୍ଠା କରି ତାକୁ ୨୦୦୫ ମସିହାରେ ପଞ୍ଜିକୃତ କରିଥିଲେ। ପତ୍ରିକା ପ୍ରକାଶ କରିବା ସହିତ ପ୍ରକାଶନ ସଂସ୍ଥା ଭାବେ ୩୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ କରିଛନ୍ତି। ସଂସଦ ଦ୍ୱାରା ମାସିକ କବିତା ଆସର, ତ୍ରୈମାସିକ ସାହିତ୍ୟ ପତ୍ରିକା ‘ଲୋହରାଖଣ୍ଡି’, ରାଜ୍ୟସ୍ତରୀୟ ସାହିତ୍ୟ ଆସର କରିବା ସହିତ ବୃକ୍ଷରୋପଣ, ସଡ଼କ ସୁରକ୍ଷା, ଜଳଛତ୍ର ସହିତ ଜାତୀୟ ଓ ଅନ୍ତର୍ଜାତୀୟ ଦିବସ ପାଳନ କରିବା, ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିବା ସହିତ ପ୍ରତିଯୋଗିତା ଆୟୋଜନ କରି ପୁରସ୍କାର ବଣ୍ଟନ କରାଯାଇଥାଏ। ବ୍ୟାପକ ବୃକ୍ଷ କରି ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ ହେବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ କୁମାର ପଟ୍ଟନାୟକଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଯାଛନ୍ତି। କବିସମ୍ରାଟ ମିଡ଼ିଆ କ୍ଲବର ସମ୍ପାଦକ ଦାୟୀତ୍ୱ ନେବା ସହିତ ଅନେକ ଅନୁଷ୍ଠାନ ସହିତ ଶ୍ରୀଯୁକ୍ତ ବେବର୍ତ୍ତା ଜଡ଼ିତ ଅଛନ୍ତି। ତାଙ୍କର ପ୍ରଥମ କବିତା ସଂକଳନ ‘ବର୍ଣ୍ଣିଳ ସ୍ଥାପତ୍ୟ’ ଏବଂ ଦ୍ୱିତୀୟ ଶିଶୁ କିଶୋର (ବିଜ୍ଞାନଧର୍ମୀ) ପୁସ୍ତକ ‘ଆମ ପରିବେଶ’ ପ୍ରକାଶିତ ହୋଇ ପାଠକ ସ୍ୱୀକୃତି ଲାଭ କରିଛି। ଏହି ଅବସରରେ ଅନେକ ବ୍ୟକ୍ତି ଏବଂ ଅନୁଷ୍ଠାନ ଶ୍ରୀଯୁକ୍ତ ବେବର୍ତ୍ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
