ମୌଳିକ ସୁବିଧାରୁ ବଂଚିତ ହେଁସମୂଳ ସହର ସାହି
ତାଳଚେର: (କୃତ୍ତିବାସ ନାୟକ ନିପ୍ର ) ଭଞ୍ଜ ଦୂତ ଖବର
ତାରିଖ: ୨୫/୧୧/୨୦୨୬
ତାଳଚେର : ଭୁବନେଶ୍ଵରୀ କୋଇଲା ଖଣି ପାଇଁ ବିସ୍ଥାପିତ ହୋଇ ନୂଆଁ ଠିକଣାରେ ବସତି ସ୍ଥାପନ କରିଥିବା ହେଁସମୂଳ ସହର ସାହି ବାସୀ ଏବେ ମୌଳିକ ସୁବିଧାରୁ ବଂଚିତ ନୂତନ ବସ୍ତିରେ ରାସ୍ତା,ପାନୀୟ ଜଳ,ଡ୍ରେନ, ବିଜୁଳି ଓ କମ୍ୟୁନିଟି ସେଣ୍ଟର ନିର୍ମାଣ ହୋଇ ନଥିବାରୁ ଗ୍ରାମ ବାସୀ ନାନା ସମସ୍ୟା ଭୋଗୁଛନ୍ତି । ଗରିବ ଓ ଭୂମିହିନ ପରିବାରଙ୍କୁ ଜମି ଯୋଗାଇ ଦେବା ସହ ପ୍ରଧାନ ମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି ।ଭୁବନେଶ୍ଵରୀ କୋଇଲା ଖଣି ପାଇଁ ହେଁସମୂଳ ସହର ସାହି ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି । ବିସ୍ଥାପିତ ପରେ ଗ୍ରାମ ବାସୀ ଜିଲିଣ୍ଡା ମୌଜା ନିକଟସ୍ଥ ବଙ୍ଗରୁ ଜୋର ପାଖରେ ନୂତନ ବସତି ସ୍ଥାପନ କରି ରହୁଛନ୍ତି। ମାତ୍ର ନୂଆଁ ବସ୍ତି ସ୍ଥାପନର ଦୀର୍ଘ ବର୍ଷ ପରେ ମଧ୍ୟ ଭିତ୍ତିଭୂମି ବିକାଶ ପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ଫଳରେ ଗ୍ରାମବାସୀଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ପାନୀୟ ଜଳର ଅଭାବ ରହିଛି ।ଆଲୋକିକରଣ ବ୍ୟବସ୍ଥା ହୋଇ ନଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ପାଣି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଅଞ୍ଚଳର ଦୂଷିତ ପାଣି ଜମି ରହୁଛି। ଗ୍ରାମବାସୀଙ୍କ ସାମୁହିକ କାର୍ଯ୍ୟକ୍ରମ ଓ ସାମାଜିକ ଅୟୋଜନ ପାଇଁ କମ୍ୟୁନିଟି ସେଣ୍ଟର ମଧ୍ୟ ନାହିଁ। ଗାଁ ର ଆଦିବାସୀ ପରିବାର ଆର୍ଥିକ ଓ ଆବାସିକ ଆବାସିକ ସମସ୍ୟା ର ସମ୍ମୁଖିନ ହେଉଛନ୍ତି। ଏହି ପରିବାର ଗୁଡ଼ିକୁ ସରକାରୀ ଜମି ଯୋଗାଇବା ସହ ଯୋଗ୍ୟତା ଅନୁଯାୟୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତାଦୟ ଗୃହ ଯୋଜନାରେ ସାମିଲ ହେବାକୁ ଦାବୀ ହୋଇଛି । ଏ ସମ୍ପର୍କରେ
ହେଁସମୂଳ ସହର ସାହି ଉପ ଖଣ୍ଡ ପ୍ରଶାସନ ସହିତ ବି,ଡି,ଓ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବିସ୍ଥାପିତ ଆଦିବାସୀ ପରିବାରଙ୍କ ସମସ୍ୟାକୁ ଗୁରୁତ୍ବର ସହ ବିଚାର କରି ଶୀଘ୍ର ରାସ୍ତା, ପାନୀୟ ଜଳ,ଡ୍ରେନ, ବିଜୁଳି ଓ କମ୍ୟୁନିଟି ସେଣ୍ଟର ନିର୍ମାଣ କରି ବାକୁ ସେମାନେ ପ୍ରଶାସନକୁ ଦାବୀ କରିଛନ୍ତି । ଭୁବନେଶ୍ଵରୀ କୋଇଲା ଖଣି ପକ୍ଷରୁ ହେଁସମୂଳ ସହର ସାହି ବାସୀଙ୍କୁ ବିସ୍ଥାପନ ପରେ ନୂତନ ବସ୍ତିରେ ଥଇଥାନ କରି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆ ଯିବ ବୋଲି ଖଣି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ନୂଆଁ ବସ୍ତିକୁ ଖଣି ପକ୍ଷରୁ ଭଲ ରାସ୍ତା ନିର୍ମାଣ କରାଯାଇନାହିଁ । ଉପଖଣ୍ଡ ପ୍ରଶାସନ ସହିତ ବି,ଡି,ଓ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି ହେଲେ କୌଣସି ସୁଫଳ ମିଳି ନାହିଁ ।
ପ୍ରାଣବନ୍ଧୁ ବେହେରା ସହର ସାହି ସଭାପତି ହେଁସମୂଳ
କୋଇଲା ଖଣିରୁ ବିସ୍ଥାପିତ ହେବା ପରେ ଆମକୁ ସରକାରୀ ଜମି ମିଳିଛି।ଆମେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ପ୍ରଧାନ ମନ୍ତ୍ରୀ ଆବାସ ଘର ଖଣ୍ଡିଏ ଯୋଗାଇ ଦେବାକୁ ଅନୁରୋଧ କରୁଛି । ଟିକିନା ବେହେରା ଗ୍ରାମ ବାସୀ
କୋଇଲା ଖଣିକୁ ଜମି ଦେବା ପରେ ନୂତନ ବସ୍ତି ହେଲା ଏହି ବସ୍ତି ପାଇଁ ରାସ୍ତା, ପାନୀୟ ଜଳ,ଡ୍ରେନ, ବିଜୁଳି ଓ କମ୍ୟୁନିଟି ସେଣ୍ଟର ନିର୍ମାଣ ହୋଇନଥିବାରୁ ଗ୍ରାମ ବାସୀ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ।ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କେହି ଆମ ଗୁହାରି କର୍ଣ୍ଣପାତ କରୁନାହାନ୍ତି । ସମାଜ ସେବୀ ସଞ୍ଜୟ କୁମାର ଜାଲ
ଆମ ସାହିରେ ବର୍ଷା ଦିନେ ପାଣି ପାଇଁ କୌଣସି ଅସୁବିଧା ନାହିଁ ।କେବଳ ଖରା ଦିନେ ଦୁଃଖ ଦୁଇଗୁଣ ହୋଇଯାଉଛି। ଖଣି ଠାରୁ ମାତ୍ର ଚାରି ଶହ ମିଟର ଦୂର ରେ ସାହି ରହିଥିବାରୁ କୂଅ ପୋଖରୀ ସୁଖୀ ଯାଉଛି । ଖଣି ପକ୍ଷରୁ ବର୍ଷ ସାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉ । ଗ୍ରାମ ବାସୀ ଗଙ୍ଗାଧର ଦେହୁରୀ
