ଜିଲ୍ଲାପାଳଙ୍କ ହଦଗଡ଼ ନଦୀବନ୍ଧ ଅନୁଧ୍ୟାନ
ବନ୍ତ /ଆଗରପଡ଼ା,( ନିପ୍ର) ଭଦ୍ରକରେ ଯୋଗଦାନ କରିଥିବା ନୂତନ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ହଦଗଡ଼ ନଦୀବନ୍ଧ ସଂପର୍କରେ ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ଏହି ନଦୀବନ୍ଧରୁ ବନ୍ୟା ପାଣି ନିଷ୍କାସିତ ହେଉଛି । ଯଦ୍ଦ୍ଵାରା ଭଦ୍ରକ ଜିଲ୍ଲାର ଅଧିକାଂଶ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଲକ୍ଷ୍ୟ ରଖି ଜିଲ୍ଲାପାଳ ଏହି ନଦୀ ବନ୍ଧ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ ।
