*୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୬-୨୭:*
ନୂଆପଡା(ମିଖାଏଲ ନନ୍ଦ)
ତା-୦୯/୦୮
ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଖେଳ ପଡ଼ିଆ ଠାରେ ୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ମ୍ୟାଚ୍ ନୂଆପଡ଼ା ଜିଲ୍ଲାର କୋମନା ଏବଂ କଳାହାଣ୍ଡି ଜିଲ୍ଲାର ବୋର୍ଡା ମଧ୍ୟରେ ଖେଳା ଯାଇଥିଲା। ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଗିରିଧାରୀ ବିଭାର (ସଭାପତି, ଯୁଡ଼ିସିଆଲ ବାର୍ ଆସୋସିଏସନ୍, ଖଡ଼ିଆଳ), ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ବିନୋଦ ବିହାରୀ ପାଢ଼ୀ (ସମାଜସେବୀ), ଶ୍ରୀଯୁକ୍ତ ନୋମେଶ ବାରିକ (ଓଦ୍ୟୋଗ୍ୟପତି, ନିର୍ମଲ୍ ଝର ଏକ୍ୱା ଟେକ୍), ଶ୍ରୀଯୁକ୍ତ କୁନୁ କରୁଆଁ (ସାମ୍ବାଦିକ ) ଉପସ୍ଥିତ ରହି ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ ମ୍ୟାଚ୍ ର ନିର୍ଦ୍ଧାରିତ ସମୟରେ କୋମନା ଦଳ ୬-୦ ଗୋଲରେ ବୋର୍ଡ଼ା ଦଳ କୁ ପରାସ୍ତ କରିଥିଲା। ୧୨ ତାରିଖରେ ହେବାକୁ ଥିବା ପ୍ରଥମ ସେମି ଫାଇନାଲରେ ବୋଡ଼େନ ଦଳ କୁ ଭେଟିବ।ଉକ୍ତ ମ୍ୟାଚ୍ ରେ ଅମୂଲ୍ୟ ବାରିକ, ସୌରଭ ପଣ୍ଡା, ନିଲୁ ଭୋଇ, ବେଦାନ୍ତ ପ୍ରଧାନ, ଅନ୍ଵେଶ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ପ୍ରକାଶ ପାତ୍ର, ଧନଞ୍ଜୟ ମଲ୍ଲିକ, ନନ୍ଦୁ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ସେହିଭଳି ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଅଙ୍କିତ ସିଂ ଦେଓ, ସମ୍ପାଦକ ଶ୍ରୀ ଜିତେନ୍ଦ୍ର ନାୟକ, ଉପ – ସଭାପତି ପ୍ରଭୁ ଦତ୍ତ ଗୌଡ, କୋଷାଧ୍ୟକ୍ଷ ବିଶ୍ୱ ରଞ୍ଜନ ପଣ୍ଡା, ରୂପେଶ
