ଅଗ୍ରସେନ ଜୟନ୍ତୀ ମହୋତ୍ସବର ଶୁଭାରମ୍ଭ, କ୍ୟାରମ୍ ପ୍ରତିଯୋଗିତା ଆୟୋଜିତ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଅଗ୍ରସେନ ମହାରାଜଙ୍କ ଜୟନ୍ତୀ ଅବସରରେ ଆଜି ଅଗ୍ରସେନ ଜୟନ୍ତୀ ମହୋତ୍ସବର ଶୁଭାରମ୍ଭ ହୋଇଛି। ମହୋତ୍ସବ କମିଟିର ଅଧ୍ୟକ୍ଷ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଚିବ ହରିଶ ଗୁପ୍ତା, ପଞ୍ଚାୟତ ଉପାଧ୍ୟକ୍ଷ ରମେଶ ଅଗ୍ରୱାଲ, ଜୟନ୍ତୀ ମହୋତ୍ସବ ସଚିବ ଶୈଳେଶ ସେଠ, ଯୁବ ମଞ୍ଚ ଅଧ୍ୟକ୍ଷ ମନୀଷ ଶର୍ମା, ସଚିବ ରିଙ୍କୁ ଅଗ୍ରୱାଲଙ୍କ ସମେତ ସୁମନ ଅଗ୍ରୱାଲ ଓ ବିକି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
ମହୋତ୍ସବ ଅବସରରେ ଯୁବ ମଞ୍ଚ ପକ୍ଷରୁ କ୍ୟାରମ୍ ବୋର୍ଡ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ପ୍ରତିଯୋଗିତାରେ ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା।
ଅଗ୍ରସେନ ଜୟନ୍ତୀ ମହୋତ୍ସବକୁ ସଫଳ କରିବା ପାଇଁ ସମାଜର ସମସ୍ତ ସଦସ୍ୟ ଓ ଯୁବ ମଞ୍ଚର ସଦସ୍ୟମାନେ ସକ୍ରିୟ ସହଯୋଗ କରୁଛନ୍ତି।
