ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ନାରା ଆଦର୍ଶ ଯୁବ ପରିଷଦ ତରଫରୁ ବୃକ୍ଷରୋପଣ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) : ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ବାର୍ତ୍ତା ନେଇ ସୋରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଙ୍ଗଠନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ତୃତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ବର୍ଚ୍ଚିଗଡ଼ିଆ ନିକଟରେ ଥିବା ମଣି ନାଗେଶ୍ୱର ମହାଦେବ ମନ୍ଦିର ସହ ହନୁମାନ ମନ୍ଦିର ସନ୍ନିକଟ ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଲଗାଯାଇଥିଲା । ଏଥିରେ କୃଷ୍ଣ ଚୁଡ଼ା, ରାଧା ଚୁଡ଼ା,ବଉଳ, ବରକୋଳି, ପିଜୁଳି, ଜାମୁ ଓ ଧାତ୍ରୀ ଅଁଳା ଆଦି ୩୦ଟି ଚାରା ରୋପଣ କରାଯାଇଥିଲା। ଏହି ସମୟରେ ଆଦର୍ଶଯୁବ ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରା, ସମ୍ପାଦକ ଅଞ୍ଜନ କୁମାର ଦାସ,ସହ ସମ୍ପାଦକ ଦେବାଶିଷ ମହାନ୍ତି,ତୁଷାର ଜେନା, ଗିରିଜା ଶଙ୍କର ପ୍ରଧାନ,କାର୍ତ୍ତିକ ରାଉଳ,ପ୍ରଭାବତୀ ପ୍ରଧାନ, ନିବେଦିତା ପୋଇ,ସୁକାନ୍ତି ପ୍ରଧାନ, ରଞ୍ଜିତା ଅଗସ୍ତି, ଜ୍ୟୋତ୍ସ୍ନାରାଣୀ ନାୟକ,ପୁନମ ସାହୁଙ୍କ ସହ ଉକ୍ତ ଗ୍ରାମର ପବିତ୍ର ପ୍ରଧାନ,ଦୀପକ ପ୍ରଧାନ, ସରୋଜ ନାୟକ, ସୂର୍ଯ୍ୟକାନ୍ତ ସାମଲ, ରଞ୍ଜିତ ପ୍ରଧାନ, ପ୍ରଦୀପ୍ତ ପ୍ରଧାନ,ସମୀର ନାୟକ, ହରେକୃଷ୍ଣ ନାୟକ,ମାୟାଧର ପ୍ରଧାନ,ମୀନାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ।
