*ଏବେ ବି କମୁନି ଚାଷୀଙ୍କ ଦୁର୍ଦ୍ଦଶା, ଉଜୁଡ଼ିଗଲା ଧାନ ଚାଷ।*
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ବନ୍ୟା ପରେ ଏବେ ବି କମୁନି ଚାଷୀଙ୍କ ଦୁର୍ଦ୍ଦଶା। ଦରଡ଼ା ଓ ମୁକୁଳିସି ପଞ୍ଚାୟତରେ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବାରୁ ଚିନ୍ତାରେ ଚାଷୀ। ବର୍ଷକର ଆହାର ସହ ରୋଜଗାର ହରାଇ ଅନେକ ଚାଷୀ ନିରାଶ ହୋଇପଡ଼ିଛନ୍ତି।ପଳପଳା ନଦୀର ଦରଡ଼ା ଠାରେ ନଦୀବନ୍ଧ ଭାଙ୍ଗିଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଇ ଅସ୍ଥାୟୀ ବନ୍ଧ ନିର୍ମାଣ କରାଯାଇଥିଲା। କିଛିଦିନ ପରିସ୍ଥିତି ଠିକ୍ ରହିଥିଲେ ମଧ୍ୟ ପୁଣି ଲଘୁଚାପଜନିତ ବର୍ଷାରେ ନଦୀର ଜଳସ୍ତର ବଢ଼ିବାରୁ ବାଲିବସ୍ତା ଉପର ଦେଇ ପାଣି ପ୍ରବାହିତ ହେଉଛି। ଏହା ଫଳରେ ଚାଷଜମିରେ ପୁଣି ପାଣି ପଶିବା ଆଶଙ୍କା ଦେଖାଦେଇଛି। ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଓ ଉଚିତ୍ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀ ଓ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
