ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।
ବେଲଗୁଣ୍ଠା-୦ ୯/୦୮ ( ପ୍ରଫୁଲ୍ଲ କୁମାର ମହାରଣା )ଆଜିର ଯୁଗରେ ବିଜ୍ଞାନ ର ଭୂମିକା ଅତି ଗୁରୁତ୍ୱ ଅଟେ। ବିଜ୍ଞାନ ବିନା ଜୀବନ ଧାରଣା କରିବା ବହୁତ କଷ୍ଟ ହୋଇଗଲାଣି। ଏହି ବିଜ୍ଞାନ ବିଷୟରେ ଅଧିକ ଜ୍ଞାନ ଆହାରଣ ପାଇଁ କୋମଳ ମତି ଶିଶୁ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତିଯୋଗିତା ପ୍ରତିବର୍ଷ ଶିଶୁ ମନ୍ଦିର ରେ ଅନୁଷ୍ଠିତ ହେଉଅଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡ଼ିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ
ମୁଖ୍ୟ ଅତିଥି ଭାବେ ଶ୍ରୀ ପଦ୍ମନ୍ନ କୁମାର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ବେଲଗୁଣ୍ଠା ରୁ ଯୋଗଦେଇ ଥିଲେ।ସଂକୁଳ ପ୍ରମୁଖ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ,ସହ ଜିଲ୍ଲା ପ୍ରମୁଖ ଶ୍ରୀ ତ୍ରିନାଥ ଗୌଡ଼ ବିଜ୍ଞାନ ର ମହତ୍ଵ ବିଷୟରେ ଆଲୋକ ପାତ କରିଥିଲେ। ସଂକୁଳ ସଂଯୋଜକ ଶ୍ରୀ ପୁଣ୍ଣଚନ୍ଦ୍ର ପଣ୍ଡା ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ, ସମ୍ପାଦକ ଶ୍ରୀ ପବିତ୍ର କୁମାର ସାହୁ।ମଧ୍ୟ ଉପସ୍ଥିତ ଥିଲେ।ଏହି ଅଞ୍ଚଳର ବିଜ୍ଞାନ ଶିକ୍ଷକ ନିରୀକ୍ଷକ ରୂପେ ୧୭ ଜଣ ଯୋଗ ଦେଇ ନିରୀକ୍ଷଣ କରିଥିଲେ। ଭଞ୍ଜନଗର ସଂକୁଳ ଅନ୍ତର୍ଗତ ୧୧ଟି ବିଦ୍ୟାଳୟରେ ୩୩୫ଜଣ ପ୍ରତିଭାଗୀ ଯୋଗ ଦେଇଥିଲେ। ପରିଚାଳନା ଦୃଷ୍ଟିରୁ ୧୦ ଜଣ ପ୍ରଧାନ ଆଚାର୍ଯ୍ୟ ଓ ୩୬ଜଣ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସ୍ଥାନୀୟ ବିଦ୍ୟାଳୟ ର ବିଜ୍ଞାନ ଗୁରୁମା ଜୟନ୍ତୀ ସାହୁ ପରିଚାଳନା କରିଥିଲେ ,ଓ ଗୀତା ଗୁରୁମା ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଥିବା କୃତି ଶିଶୁ ମାନଙ୍କୁ ପୁରୋସ୍କୃତ କରାଯାଇଥିଲା। ଏଥି ସହ ଛୋଟ ଛୋଟ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଶାନ୍ତ, ପ୍ରଫୁଲ୍ଲ, କୈଳାଶ, ରାଜୀବ, ଲକ୍ଷ୍ମଣ,ଓ କେଦାର ସହ ଅନ୍ୟ ଗୁରୁଜୀ, ଗୁରୁମା, ମାଉସୀ, ବାହାନା ଚାଳକ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ନାଥ ରଥ ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନକରି ଧନ୍ୟବାଦ ଅର୍ପଣ କରିଥିଲେ।
