ତାଳଚେରରେ ବ୍ରାଉନ୍ ସୁଗାର ଜବତ, ୪ ଗିରଫ
ତାଳଚେର:
୯.୮.୨୬
ଆଙ୍କର:ତାଳଚେର: ତାଳଚେର ଘଣ୍ଟପଡ଼ା ରେଳ ଓଭରବ୍ରିଜ୍ ତଳେ ପୁଲିସର ଚଢ଼ାଉ। ଏକ କାରରୁ ୨୦.୧୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି ପୁଲିସ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଫିରୋଜ କୁମାର ଦେବତା ଓରଫ ନୁନୁ, ସୁରେନ୍ଦ୍ର ଦାସ ଓରଫ ବାବୁଲା, ଶ୍ରୀନିବାସ ବେହେରା ଓରଫ ପେଚା ଏବଂ ବିଶ୍ୱଜିତ ରାଉତ ଓରଫ ବଣ୍ଟି। ପୁଲିସର ସୂଚନା ଅନୁସାରେ, ସମସ୍ତଙ୍କ ଘର ଅନୁଗୋଳ ଜିଲ୍ଲାର ଚଲାଗଡ଼ ଅଞ୍ଚଳରେ।
ପୁଲିସ ତଲାସୀ ବେଳେ ବ୍ରାଉନ୍ ସୁଗାର ସହ ଗୋଟିଏ ମାରୁତି ସୁଜୁକି ଡିଜାୟାର କାର, ୭୫୦ ଟଙ୍କା ନଗଦ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି।
ପୁଲିସ ପ୍ରେସ୍ ରିଲିଜ୍ ଅନୁଯାୟୀ, ଅଭିଯୁକ୍ତମାନେ ବାହାର ଅଞ୍ଚଳରୁ ବ୍ରାଉନ୍ ସୁଗାର ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ନେଇ ତଦନ୍ତ କରାଯାଉଛି। ଏନେଇ କୋଲିୟାରୀ ଥାନା କେସ୍ ନମ୍ବର ୪୮୨ରେ NDPS ଆଇନର ଧାରା ୨୧(b)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଘଟଣାରେ ବ୍ରାଉନ୍ ସୁଗାର କେଉଁଠାରୁ ଆସିଥିଲା ଏବଂ ଏହା ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସର ତଦନ୍ତ ଜାରି ରହିଛି। ଅନୁଗୋଳ ତାଳଚେର ରୁ ମନୋଜ ରାଉତ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
