ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୨ଟି ମୁକୁଳା ଟ୍ରାନ୍ସଫର୍ମର ବିପଦକୁ ଡାକୁଛି।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିଦ୍ୟୁତ ବିଭାଗର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଥିବା ୨ ମୁକୁଳା ଟ୍ରାନ୍ସଫର୍ମର ଦୀର୍ଘଦିନ ଧରି ବିପଦସଂକୁଳ ଓ ମୁକୁଳା ଅବସ୍ଥାରେ ରହିଛି। ସତେ ଯେମିତି ଟ୍ରାନ୍ସଫର୍ମରଟି ବିପଦକୁ ଆହ୍ବାନ କରୁଛି। ଯେକୌଣସି ସମୟରେ ଏଠାରେ ଅଘଟଣର ଆଶଙ୍କା ପ୍ରକାଶ ପାଇଛି। ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଯେତେ କହିଲେ ମଧ୍ୟ ଫଳ ଶୂନ। ଫଳରେ ହଠାତ କୌଣସି ଦୁର୍ଘଟଣା ଘଟିଲେ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରାଯାଇ ପାରିବ ନାହିଁ। ଯେହେତୁ ରାସ୍ତାକଡ଼ରେ ଟ୍ରାନ୍ସଫର୍ମରଟି ରହିଛି ଏହାକୁ ଗ୍ରାମବାସୀମାନେ ବେଶ ଗୁରୁତର ମନେ କରୁଛନ୍ତି। ଏହି ରାସ୍ତା କଡରେ ମଧ୍ୟ ଏକ ବିଦ୍ୟାଳୟ ଅଛି ବିଦ୍ୟାଳୟ ପିଲାମାନେ ସ୍କୁଲକୁ ଯିବା ଆସିବା କରନ୍ତି। ଏହାଛଡ଼ା ଗୃହପାଳିତ ପ୍ରାଣୀ ଓ ଗାଁ ଲୋକେ ଯିବା ଆସିବା କରନ୍ତି। ଏ ସମ୍ପର୍କରେ ଟାଟା ପାୱାର ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଦୀର୍ଘ ଦିନର ମୁକୁଳା ଟ୍ରାନ୍ସଫର୍ମ ୨ଟି ବାଉଣ୍ଡରି ଦେବାଲ୍ ପାଇଁ ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି।
