ଭୂତ କୋଠି ପାଲଟିଛି ସାଆନ୍ଦା ବିଟ୍ କାର୍ଯ୍ୟାଳୟ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ବନଖଣ୍ଡ ମହାବିରୋଡ ବନାଞ୍ଚଳ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍ କାର୍ଯ୍ୟାଳୟ ଦୀର୍ଘଦିନ ବନ୍ଦ ରହି ଭୂତକୋଠିରେ ପରିଣତ ହୋଇଛି। ରାଜ୍ୟ ରାଜକୋଷରୁ ଦରମା ନେଇ ଏଠାରେ ବନ ସୁରକ୍ଷା କର୍ମୀ ନିଯୁକ୍ତ ହୋଇଥିଲେ। ମଧ୍ୟ ଦିନକ ପାଇଁ ସେମାନଙ୍କ ଦେଖା ମିଳୁନାହିଁ। ଉକ୍ତ ବିଟ୍ କାର୍ଯ୍ୟାଳୟ ଚତୁଃପାର୍ଶ୍ଵରେ ଅନାବନା ଗଛଲଟା ଉଠି ଜଙ୍ଗଲ ହୋଇଗଲାଣି। ଆଖପାଖରେ ହାତୀ ଉପଦ୍ରବ,ବନ ସୁରକ୍ଷା ସମ୍ପର୍କିତ ସୂଚନା ହେଉ ବା ଚାରା ବଣ୍ଟନ ନିମନ୍ତେ ସ୍ଥାନୀୟ ବାସିନ୍ଦା କର୍ମଚାରୀଙ୍କ ଦେଖା ମିଳୁନି ଏ ସଂକ୍ରାନ୍ତରେ ଡିହଡୋଳ ସେକ୍ସନ ବନପାଳକୁହନ୍ତି ବିଟ୍ ଉପରେ ନିର୍ଭରଶୀଳ ଥିବା ବେଳେ ଦୀର୍ଘଦିନ ଧରି କାର୍ଯ୍ୟାଳୟ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଉକ୍ତ ବିଟ୍ରେ ନିଯୁକ୍ତ ବନ ସୁରକ୍ଷାକର୍ମୀ ଏଠାକୁ କେବେ ଆସୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି,କାର୍ଯ୍ୟାଳୟ ନିର୍ମାଣ କରିଥିବା ଠିକାଦାର ଏପର୍ଯ୍ୟନ୍ତ ଆମକୁ ହସ୍ତାନ୍ତର କରିନାହାନ୍ତି। ଏଥିପ୍ରତି ବନଖଣ୍ଡ ଅଧିକାରୀ ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
