
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଦୁଗ୍ଧ ସମବାୟ ସମିତି ସମ୍ପାଦକ ସମ୍ମିଳନୀ ଖଡିଆଳ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀ ରେ ସାଧାରଣ ପରିଚାଳକ ରଜନୀ କାନ୍ତ ପଣ୍ଡା ଯୋଗ ଦେଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ସମିତିର ଦୀର୍ଘ ସ୍ଥାୟୀ ନେଇ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ବିଭିଓ ସଂଗ୍ରାମ କେଶରୀ ବେହେରା, ଭିଏଏସ ହେମଲତା ମେହେର ଏବଂ ଦୁଗ୍ଧ ସମିତି ନୂଆପଡ଼ା ଜିଲ୍ଲା ୟୁନିଟ ସୂପରଭାଇଜର ସରୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଦୁଗ୍ଧ ଚାଷୀମାନେ ସଫଳତା ସହ ନିଜ ଆୟ କୁ ଦ୍ଵିଗୁଣିତ କରିବା ସହ ପରିବାର ରେ ଆର୍ଥିକ ସ୍ଵଛଳ ଆସିଥାଏ। ଗୋସମ୍ପଦର ବୃଦ୍ଧି ହେବା ନେଇ ଗାଈ ର ଦୁଗ୍ଧ ଧଳା ସୁନା ରେ ନାମିତ କରଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଙ୍କ କାମଧେନୁ ଯୋଜନା ରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରି ମହିଳା ଚାଷୀ କୁ ୬୦% ପ୍ରତିଶତ ଏବଂ ପୁରୁଷ ଚାଷୀଙ୍କୁ ୪୦% ପ୍ରତିଶତ ସବସିଡି ରେ ସହାୟତା ରାଶି ପ୍ରଦାନ କରିବାକୁ ବୁଝାଇଥିଲେ। ନୂଆପଡ଼ା ଜିଲ୍ଲା ରେ ୧୬ ଗୋଟି ଦୁଗ୍ଧ ସମବାୟ ସମିତି କାର୍ଯ୍ୟ କରୁଥିବା ବେଳେ ଦୈନିକ ୫୦୦୦ ଉର୍ଦ୍ଧ ଦୁଗ୍ଧ ସଂଗ୍ରହ ହେଉଥିବା ପ୍ରକାଶ କରିଛନ୍ତି। ସେହିପରି ନୂତନ ୧୫ ଗୋଟି ଦୁଗ୍ଧ ସମବାୟ ସମିତି ଗଠନ କରି ୧୦ ହଜାର ଲିଟର ଦୁଗ୍ଧ ସଂଗ୍ରହ ଲକ୍ଷ ରଖିଥିବା ସାଧାରଣ ପରିଚାଳକ ରଜନୀ କାନ୍ତ ପଣ୍ଡା ପ୍ରକାଶ କରିଛନ୍ତି।
