
ଢେଙ୍କାନାଳ/ଢେଙ୍କାନାଳ ସଦର (ଗୋକୁଳାନନ୍ଦ ବେହେରା) : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ସଂଧ୍ୟାରେ ନିହଲପ୍ରସାଦ ଥାନା ଦେଇ ଯାଉଥିବା ବେଳେ ବେଲମାଳିଆ ଠାରେ ହଟହଟା ହେଇଛନ୍ତି । ମନ୍ତ୍ରୀଙ୍କ ଫେରିବା ବାଟରେ ଗ୍ରାମବାସୀ ପଥର ରଖି ତାଙ୍କୁ ଅଟକାଇଥିଲେ । ମନ୍ତ୍ରୀଙ୍କ ଗାଡ଼ି ରହିବା ମାତ୍ରେ ଗ୍ରାମବାସୀ ଘେରି ଯାଇଥିଲେ । ଭୋଟ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କିଛି କାମ ହେଉନାହିଁ । ବେଆଇନ୍ ବିସ୍ଫୋରଣରେ ଘରଦ୍ଵାର ଫାଟୁଛି । ଲୋକେ ଜୀବନଯାପନ କରିବା କଷ୍ଟକର ହୋଇପଡ଼ିଲାଣି । ଆମେ କ’ଣ ଏଇଥ୍ ପାଇଁ ଆପଣଙ୍କୁ ଭୋଟ୍ ଦେଇଛୁ ବୋଲି ବେଳମାଳିଆ ଗ୍ରାମବାସୀ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ମନ୍ତ୍ରୀ ରାସ୍ତା ଅବରୋଧ ବେଆଇନ,ତୁମକୁ ପୁଲିସ୍ ଗିରଫ କରିବ ବୋଲି କହିବରୁ ସାମାନ୍ୟ ଉତ୍ତେଜନା ଦେଖିବାକୁ ରାସ୍ତାରେ ପଥର ରଖି ଗାଡ଼ି ଅଟକାଇଲେ,ଅସନ୍ତୋଷ ଝାଡ଼ିଲେ ମିଳିଥିଲା । ପୁଲିସ୍ ହକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ସୂଚନା ଅନୁସାରେ,ମନ୍ତ୍ରୀ ଶ୍ରୀ ପାତ୍ର ନିଜର ସମର୍ଥକଙ୍କ ସହ ବୁଧବାର ଅପରାହ୍ନରେ କୌଣସି କାମରେ ନିହଲପ୍ରସାଦ ଥାନା ଵେଗା ଗ୍ରାମକୁ ଯାଇଥିଲେ । ସଂଧ୍ୟାରେ କାମସାରି ଫେଖୁଥିବା ବେଳେ ବେଲମାଳିଆ ଗ୍ରାମଠାରେ ଜଣେ ପୁରୁଷ ଓ
ମହିଳା ରାସ୍ତା ଉପରେ ପଥର ରଖି ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇଥିଲେ । ଏହି ସମୟରେ ଆଗରେ ରହିଥିବା ପୁଲିସ୍ ଏସ୍କର୍ଡ ଗାଡ଼ି ଅଟକି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା । ଗ୍ରାମବାସୀ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚାହିଁଥିଲେ । ମନ୍ତ୍ରୀ ବସିଥିବା ଗଡି ନିକଟକୁ ଯାଇ ଘେରି ସମସ୍ୟା ବିଷୟରେ କହିଥିଲେ । ଗ୍ରାମ ନିକଟରେ କ୍ରସର ଓ ଖଣି ଖନନ ଚାଲିଛି । ପଥର ଖଣିରେ ହେଉଥିବା ପ୍ରଚଣ୍ଡ ବିସ୍ଫୋରଣରେ ଲୋକଙ୍କ ଘର ଫଟି ଆଁ କଲଣି । ବିଲବାଡ଼ିରେ ପଥର ଗୁଣ୍ଡପଡ଼ି ଫସଲନଷ୍ଟ ହୋଇଯାଇଛି । ଲୋକେ ନାନାଦି ଅସୁବିଧାରେ ରହୁଛନ୍ତି । ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ଆମେ କେତେ ଆଶାରେ ଆପଣଙ୍କୁ ଭେଟି ଦେଇଥିଲୁ,ଆମ ସମସ୍ୟା ସମାଧାନ ହେଉନାହିଁ ବୋଲି ଗ୍ରାମବାସୀ ମନ୍ତ୍ରୀଙ୍କ ଆଗରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ମନ୍ତ୍ରୀ ପ୍ରତିଉତ୍ତରରେ ରାସ୍ତା ଅବରୋଧ କଲେ ସମସ୍ୟା ସମାଧାନ ହେବନାହିଁ,ଏହା ବେଆଇନ୍ କାର୍ଯ୍ୟ । ପୁଲିସ୍ ଗିରଫ କରିବ ବୋଲି କହିବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇଥିଲେ । ପୋଲିସ ବୁଝାସୁଝା ପରେ ଗ୍ରାମବାସୀମାନେ ରାସ୍ତାରୁ ପଥର ହଟାଇଥିଲେ । ଏହାପରେ ମନ୍ତ୍ରୀ ଢେଙ୍କାନାଳ ଫେରି ଆସିଥିବା ଜଣାପଡ଼ିଛି । ଏ ନେଇ ନିହଲପ୍ରସାଦ ଥାନା ଅଧୁକାରୀ ନିରୋଦ ଚନ୍ଦ୍ର ମଲ୍ଲିକ କହିଛନ୍ତି,ମନ୍ତ୍ରୀ ଆଜି ସାନ୍ଧ୍ୟରେ ଅଭିଯୋଗ ଶୁଣାଣି ପାଇଁ ବେଗା ଗ୍ରାମକୁ ଆସିଥିଲେ ।ଫେରିବା ବାଟରେ ବେଲମାଳିଆଠାରେ ଗ୍ରାମବାସୀ ମନ୍ତ୍ରୀଙ୍କୁ ଅଟକାଇଥିଲେ । କିଛି ସମୟ ମଧ୍ୟରେ ମନ୍ତ୍ରୀ ପୁଣି ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲେ । ସେପରି କୌଣସି ଅପ୍ରୀତିକର ପରିସ୍ଥିତି ଘଟିନଥୁବା ଥାନା ଅଧୁକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି I ତେବେ ମନ୍ତ୍ରୀ ଶ୍ରୀ ପାତ୍ର ଲୋକଙ୍କ ଅଭିଯୋଗକୁ ଶୁଣିବା ବଦଳରେ ଆରେଷ୍ଟ କରିବା ଧମକକୁ ନେଇ ବୁଦ୍ଧିଯିବୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି ।