
କଳାହାଣ୍ଡି(ମଣ୍ଟୁ ପାଣିଗ୍ରାହୀ) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ନିଜ ଗ୍ରାମ ପିପଳପଡା ରେ ଗତ ମଙ୍ଗଳବାର ଦିନ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଧର୍ମଗଡ ହସ୍ପିଟାଲ କୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଆତ୍ମହତ୍ୟା ପଛରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଚିତ୍ତ ରଞ୍ଜନ ଗହୀର ଙ୍କ ମାନସିକ ନିର୍ଯ୍ୟାତନା ନେଇ ମୃତକ ଙ୍କ ଭାଇ ଦିଗାମ୍ବର ଧରୁଆ ଅଭିଯୋଗ କରିଥିଲେ। ମୃତ ସମିତି ସଭ୍ୟ ଗତ ୧୬ ତାରିଖରେ ଏନେଇ କୋକସରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ, ତେବେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଫଳରେ ମାନସିକ ଚାପ ରେ ଆସି ସେ ଆତ୍ମହତ୍ୟା କରି ଜୀବନ ହାରିଥିଲେ। ଏହି ଘଟଣା ରେ କୋକସରା ପୋଲିସ ର ଅବହେଳା କୁ ଦାୟୀ କରି ଓ ନିରପେକ୍ଷ ତଦନ୍ତ ପାଇଁ କୋକସରା ଓ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲା ଏସ.ପି ଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଥିଲା।ଘଟଣା ର ତଦନ୍ତ ପରେ ପୋଲିସ ଆଇଆଇସି ଓ ତଦନ୍ତକାରୀ ପୁଲିସ ଅଧିକାରୀ ଙ୍କ ଅବହେଳା ଧରା ପଡିବା ପରେ ଏକ୍ସନ ମୋଡ଼ ରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୋକସରା ଥାନା ଆଇଆଇସି ସ୍ନିଗ୍ଧାରାଣି ସୁନା ଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ କୁ ବଦଳି ହୋଇଥିବା ବେଳେ ଅଭିଯୋଗ ପରେ ମଧ୍ୟ ଦାୟିତ୍ୱ ରେ ଅବହେଳା ନେଇ କୋକସରା ଥାନା ରେ କାର୍ଯ୍ୟରତ ଏସ.ଆଇ ଅନିଲ ପାଢ଼ୀ ଓ ସନ୍ତୋଷ ନାୟକ ଙ୍କୁ ନିଲମ୍ବିତ କରା ଯାଇଥିବା ନେଇ ସୂଚନା ମିଳିଛି।