ଯାତ୍ରା ସିଂହବାହିନୀର କଳାକାର ଆତ୍ମହତ୍ୟା କଣ ପାଇଁ କଲା
ପ୍ରେମିକାକୁ ଭିଡିଓ କଲ୍ କରି ଝୁଲିପଡିଲେ ପ୍ରେମିକ
•
ଭୁବନେଶ୍ୱର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାତ୍ରା ସିଂହବାହିନୀ ବ୍ୟାଣ୍ଡ୍ ପରିଚାଳକ ପ୍ରେମିକ ହେଉଛନ୍ତି ପ୍ରଶାନ୍ତ କୁମାର ମାଣ୍ଡାଇ କ୍ଷେତ୍ରରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବେତଡା ଗଜଲକ୍ଷ୍ମୀ ପୂଜାରେ ଯାତ୍ରା ସିଂହବାହିନୀର ଅନ୍ତିମ ଦିବସ ଥିଲା। ଶେଷ ଦିନର ବ୍ୟାଣ୍ଡ୍ ପରିଚାଳକ ପ୍ରଶାନ୍ତ କୁମାର ମାଣ୍ଡା ଯାବନିକା ଶେଷ ଯାତ୍ରା। ହେଲା। ସମସ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇ ଆରପାରିକୁ ଚାଲିଗଲେ। ପ୍ରଶାନ୍ତଙ୍କ ଘର ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳରେ। ଯାତ୍ରାରେ ଅଭିନେତ୍ରୀ ଡ୍ୟାନ୍ସରଙ୍କ ସହିତ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ସମ୍ପୃକ୍ତ ଯୁବତୀ(ନୃତ୍ୟଶିଳ୍ପୀ) ଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ। ଉଭୟେ ଦୁହେଁ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିଲେ। ହସଖୁସିର ଜୀବନ ଅତିବାହିତ କରୁଥିଲେ। ମେଳା ମହୋତ୍ସବରେ ସାଜ ହୋଇ ବୁଲାବୁଲି କରିବା ସହ ମଥାରେ ସିନ୍ଦୂର ପିନ୍ଧିଥିଲେ। ବିଭିନ୍ନ ଫଟୋ ସାମାଜିକ ଗଣମାଧ୍ୟମ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଅପଲୋଡ୍ କରି ଭାଇରାଲ୍ ମଧ୍ୟ କରିଛନ୍ତି। ବେତଡାରେ ଯାହା ସିଂହବାହିନୀର ଅପେରା ଶୋ’ ଚାଲିଥିବାବେଳେ ପ୍ରେମିକ ପ୍ରଶାନ୍ତ ଓ ପ୍ରେମିକା ଡ୍ୟାନ୍ସରଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ସୃଷ୍ଟି ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଶନିବାର ସାୟା ସରିବା ପରେ ପ୍ରେମିକା ଭଣ୍ଡାରିପୋଖରୀ ଘରକୁ ବୁଲିଯାଇଥିଲେ। ସେଠାରୁ ମଧ୍ୟ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମଧ୍ୟାହ୍ନରେ ଭିଡିଓ କଲ୍ କରି କଥା ହୋଇଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ବେତଡାରେ କମିଟି ପକ୍ଷରୁ ଯାତ୍ରା କଳାକାରଙ୍କୁ ଯୋଗାଇ ଦିଆଯାଇଥିବା ଅସ୍ଥାୟୀ ଘରେ ଝୁଲି ପଡିଥିଲେ ପ୍ରେମିକ ପ୍ରଶାନ୍ତ ମାଣ୍ଡା। ଏହି ଯାତ୍ରା ପାର୍ଟିରେ ପ୍ରଶାନ୍ତଙ୍କ ବାପା ମଧ୍ୟ କାର୍ଯ୍ୟରତ ଅଛନ୍ତି। ତେବେ ଭିଡିଓ କଲ୍ରେ ଆତ୍ମହତ୍ୟାର ସମ୍ପୂର୍ଣ୍ଣ ଘଟଣା ଦେଖିବା ପରେ ପ୍ରେମିକା (ନୃତ୍ୟଶିଳ୍ପୀ) ଫୋନ୍ ଯୋଗେ ଅନ୍ୟମାନଙ୍କୁ ଜଣାଇଥିଲେ। ଆଖପାଖରେ ଉପସ୍ଥିତ କଳାକାରମାନେ ତୁରନ୍ତ କବାଟ ଭାଙ୍ଗି ପ୍ରଶାନ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିମୁଳିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
