**ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାସାୟନିକ ବିଜ୍ଞାନ (କେମିଷ୍ଟ୍ରି) ଅଲମ୍ପିଆଡ଼ ପ୍ରତିଯୋଗିତା କାର୍ଯ୍ୟକ୍ରମ।*
ନୂଆପଡା(ମିଖାଏଲ ନନ୍ଦ)
ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଶା କେମିକାଲ ସୋସାଇଟି, ଓଡ଼ିଶା (OCS-ODISA) ତାରଫରୁ କେମିଷ୍ଟ୍ରି ଅଲମ୍ପିଆଡ଼ ( Chemistry Olympiad) ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ଖଡ଼ିଆଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ଦୁଇ) ଏବଂ ପରୀକ୍ଷିତ ଟାଇଗର ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାକୁ ରସାୟନ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜଲଷ୍ମୀ ରଥ ପରିଚାଳନା କରିଥିଲେ । ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ,ଶ୍ରୀ ପ୍ରେମାନନ୍ଦ ମେହେର,ଶ୍ରୀ ବିପିନ ବିଶି,ଶ୍ରୀ ଦୋଳଗୋବିନ୍ଦ ନାୟକ,ଶ୍ରୀ ଧ୍ୟାନଚାନ୍ଦ ରଣା, ଶ୍ରୀ ଜିତେନ୍ଦ୍ର ବିହାରୀ(ପରୀକ୍ଷିତ ଟାଇଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପ୍ରମୁଖ ସହଯୋଗ କରିଥିଲେ ।ପରୀକ୍ଷା ୧୧ଘଣ୍ଟା ରୁ ୧ ଘଣ୍ଟା ମଧ୍ୟାନ୍ନ ପଯ୍ୟନ୍ତ ଶୃଙ୍ଖଳିତ ଭାବରେ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ନୂଆପଡ଼ା ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ଜ୍ଞାନ ବୁଦ୍ଧିର ଉପଯୁକ୍ତ ବିକାଶ ଦିଗରେ ସଫଳ ହୋଇପାରିଛନ୍ତି ।
