ମୁରସୁ ବାତ୍ୟା ଓ ବନ୍ୟା ଆଶଙ୍କା: ତଳିଆ ଅଞ୍ଚଳରୁ ଜଳନିଷ୍କାସନରେ ଶେରଗଡ଼ ଅଗ୍ନିଶମ ବାହିନୀ
ଶେରଗଡ଼,ରିପୋର୍ଟ: – ରାଜକିଶୋର ସାବତ
ଶେରଗଡ଼:- ସମ୍ଭାବ୍ୟ ବାତ୍ୟା ‘ମୁରସୁ’ ଓ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଶେରଗଡ଼ ଅଗ୍ନିଶମ ବାହିନୀ ପକ୍ଷରୁ ତଳିଆ ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି।ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଜନିତ ଜଳବନ୍ଦୀ ପରିସ୍ଥିତିକୁ ରୋକିବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଅଗ୍ନିଶମ ବାହିନୀ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତଳିଆ ଅଞ୍ଚଳରେ ଜମି ରହିଥିବା ଜଳକୁ ପମ୍ପ ସାହାଯ୍ୟରେ ନିଷ୍କାସନ କରାଯାଉଛି।ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ବାହିନୀ ସଜାଗ ରହିଥିବା ବେଳେ ଜନସାଧାରଣଙ୍କୁ ମଧ୍ୟ ସତର୍କ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।
