*ନୂଆପଡ଼ାର ନୂତନ ଏସ୍.ପି. ଭାବେ ତପନ ନାରାୟଣ ରଥ ଅବସ୍ଥାପିତ; ପୂର୍ବ ଅଭିଜ୍ଞତା ସହ ଜିଲ୍ଲାକୁ ମିଳିଲା ପଡ଼ୋଶୀ କଳାହାଣ୍ଡିର ଦକ୍ଷ ଅଧିକାରୀ।*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାର ନୂତନ ଏସପି ରୂପେ ତପନ ନାରାୟଣ ରଥ ଙ୍କ ବଦଲୀ ହୋଇଅଛି। ପୋଲିସ ଚାକିରି ରେ ଯୋଗ ଦେବା ପରେ ଜଣେ ଦକ୍ଷ ଅଧିକାରୀ ରୂପେ ନିଜ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସେ ନୂଆପଡ଼ା ଜିଲ୍ଲାରେ ତାଙ୍କ ଅଭିଜ୍ଞତା ମଧ୍ୟ ରହିଅଛି। ସେ ଏହା ପୂର୍ବରୁ ଖଡ଼ିଆଳ ଥାନା ଓଆଇସି ଭାବରେ ତିନି ବର୍ଷ କାର୍ଯ୍ୟକାଳ ବେଶ୍ ଶାନ୍ତି ଶୃଙ୍ଖଳା ଓ ନିରାପଦ ସେବା ପ୍ରଦାନ କରିଥିଲେ। ପଡୋଶୀ କଲାହାଣ୍ଡି ଜିଲ୍ଲାର ନିବାସୀ ରୂପେ ଛାତ୍ର ଜୀବନରୁ ଜଣେ ଦକ୍ଷ ପ୍ରଶାସକ ହେବା ସମସ୍ତ ଲକ୍ଷଣ ଦେଖାଯାଉଥିବା ବେଳେ ଜିଲ୍ଲାରେ ଆଇନ ପରିସ୍ଥିତି ଏବଂ ଅପରାଧ ନିୟନ୍ତ୍ରଣ ଦିଗରେ ଅନେକ ସଫଳତା ହାସଲ କରିବା ବୋଲି ଅନୁମାନ କରାଯାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ସେ ନିଜ କାର୍ଯ୍ୟରେ ଯୋଗଦାନ କରିଥିବା ଅନୁମାନ ରହିଅଛି।
