୨ ଦେଶୀ ଶିକାରୀ ବନ୍ଧୁକ ଜବତ, ଦୁଇ ଅଭିଯୁକ୍ତ ଗିରଫ।
ରେଢ଼ାଖୋଲ ୧.୧୧(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡ଼ଇଁଚା ଗ୍ରାମ ପଞ୍ଚାୟତ ଅଧୀନ ତେରବେଡା ଓ ଗୋଗୁଆ ଗ୍ରାମ ପଂଚାୟତ ଅଧିନ ମୁଟୁରୁମୁଣ୍ଡା ଗ୍ରାମରୁ ରବିବାର ଦିନ ୨ ଦେଶୀ ଶିକାରୀ ବନ୍ଧୁକ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରେଢ଼ାଖୋଲ ପୋଲିସ। ଅଭିଯୁକ୍ତ ମାନେ ହେଲେ ରେଢ଼ାଖୋଲ ଥାନା ଅନ୍ତର୍ଗତ ମୁଟୁରୁମୁଣ୍ଡା ଗ୍ରାମର ବାସିନ୍ଦା ସନ୍ତୋଷ ତିର୍କୀ(୪୦) ଓ ତେରବେଡା ଗ୍ରାମର ବାସିନ୍ଦା ଅରୁଣ ପ୍ରଧାନ(୪୬)। ସୂଚନା ଅନୁଯାୟୀ, ରେଢ଼ାଖୋଲ ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ପ୍ରଥମେ ମୁଟୁରୁମୁଣ୍ଡା ଗ୍ରାମର ସନ୍ତୋଷ ତିର୍କୀ ଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲେ। ଏଥିରେ ଉକ୍ତ ଅଭିଯୁକ୍ତ ଙ୍କ ଘରେ ଏକ ଦେଶୀ ଶିକାରୀ ବନ୍ଧୁକ ମିଳିଥିଲା। ଅଧିକ ତଦନ୍ତ ପରେ ଉକ୍ତ ଅଭିଯୁକ୍ତ ସ୍ୱୀକାର କରିଥିଲେ ଯେ ତେରବେଡ଼ା ଗ୍ରାମର ଅରୁଣ ପ୍ରଧାନ ଘରେ ଶିକାରୀ ବନ୍ଧୁକ ଅଛି, ସେଠାରୁ ରେଢ଼ାଖୋଲ ପୋଲିସ ତେରବେଡା ଗ୍ରାମର ଅରୁଣଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲେ। ଏଥିରେ ଅଭିଯୁକ୍ତଙ୍କ ଘରେ ଆଉ ଏକ ବେଆଇନ ଦେଶୀ ଶିକାରୀ ବନ୍ଧୁକ ମିଳିଥିଲା। ଏ ସଂକ୍ରାନ୍ତରେ ରେଢ଼ାଖୋଲ ଥାନା କେସ ନଂ ୧୯୭ ଓ ୧୯୮ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଉକ୍ତ ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ରେଢ଼ାଖୋଲ ଥାନା ଅଧିକାରୀ ସନୟ କୁମାର ନାଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
