*ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଝାରଦା ତରଫରୁ ନାଟକ ମଞ୍ଚସ୍ଥ କଲେ କେତେ ଦୁଃଖ ଦେବୁ କହରେ ଦଇବ” ।* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଗଁଦିଆ
ଓଡ଼ିଆ ଅସ୍ମିତା, ଓଡ଼ିଆ ଐତିହ୍ୟ, ଓଡ଼ିଆ ପରମ୍ପରା , ଓଡ଼ିଆ ପର୍ବପର୍ବାଣି କୁ ନେଇ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ, ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମ ଏକ ନିଆରା ଗ୍ରାମ। ଗ୍ରାମ ର ଆରାଧ୍ୟା ଦେବତା ପ୍ରଭୁ ଶ୍ରୀ ଶ୍ରୀ ଗିରିଧାରୀ ଗୋସାଇଁ ଙ୍କ ସାନିଧ୍ୟ ଲାଭ କରି ଝାରଦା ଗ୍ରାମ କଳାକାର ମାନେ ସେମାନଙ୍କର ନିଆରା ପର୍ବ “ମହାଲକ୍ଷ୍ମୀ ପୂଜା” ଦୀର୍ଘ ଛଅ ଦଶନ୍ଧି ଧରି କରିଆସୁଛନ୍ତି।
ଚଳିତ ବର୍ଷ ର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ଗ୍ରାମ ର କଳାକାରବୃନ୍ଦ ଏକତ୍ରିତ ହୋଇ ନାଟ୍ୟକାର ନବୀନ ମହାପାତ୍ର ଙ୍କ ରଚିତ ସାମାଜିକ ପାରିବାରିକ ନାଟକ ” କେତେ ଦୁଃଖ ଦେବୁ କହ ଦଇବ” କୁ ନଭେମ୍ବର ମାସ ଏକ ତାରିଖ ରାତିରେ ସହସ୍ରାଧିକ ଜନ ସାଧାରଣ ଙ୍କ ଉପସ୍ଥିତି ରେ ମଞ୍ଚସ୍ଥ କରିଛନ୍ତି। ଢେଙ୍କାନାଳ ମାଟି ର ସୁପ୍ରତିଷ୍ଠିତ ନାଟ୍ଯ ନିର୍ଦ୍ଦେଶକ ସତ୍ୟବାଦୀ ସେନାପତି ଓ ଗୋବର୍ଦ୍ଧନ ନାୟକ ଙ୍କ ଯୁଗ୍ମ ନିର୍ଦ୍ଦେଶନାରେ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ନାଟକ ଟି ମଞ୍ଚସ୍ଥ ହୋଇଅଛି। ଝାରଦା ଗ୍ରାମ ର ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୁଅ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସମ୍ବିତ କୁମାର ଓଝା ମୁଖ୍ୟ ଅତିଥି ଭାବେ, ନାଟ୍ଯ ନିର୍ଦ୍ଦେଶକ ସତ୍ୟବାଦୀ ସେନାପତି, ରେଭେନ୍ସା ବିଶ୍ଵବିଦ୍ୟାଳୟ କଟକ’ ର ଛାତ୍ର ସଂସଦ ସଭାପତି ବିଶ୍ବଜିତ୍ ସାହୁ, ଝାରଦା ଗ୍ରାମ ସଂଗଠନ ସଭାପତଗୋବର୍ଦ୍ଧନ ନାୟକ, ଯୁବ ସମାଜସେବୀ ଚନ୍ଦନ କୁମାର ଗୁରୁ, ମନୋଜ କୁମାର ନାୟକ (ଚାଚା) ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ସଭାପତି ସରୋଜ ଦଳେଇ, ପୂର୍ବତନ ସଭାପତି ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅତିତ ର ସ୍ମୃତି କୁ ମନେପକାଇ ଓଡ଼ିଆ ସଂସ୍କୃତି ଓଡ଼ିଆ ପରମ୍ପରା ଓଡ଼ିଆ ଐତିହ୍ୟ ପାଇଁ ନାଟକ ପରିବେଷଣ କରି ଏକ ଭାଇଚାରାର ଭାବ ସୃଷ୍ଟି ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଝାରଦା ଗ୍ରାମ ର କଳାକାର ଅଜୟ, ବୁନୁ, ଲକ୍ଷ୍ମଣ, ବ୍ରଜ, ପ୍ରକାଶ, ରାଜେଶ , ସମ୍ବିତ, ଦିଗା, ଯୁଗଳ, ସଂଗ୍ରାମ, ପ୍ରଶାନ୍ତ ଙ୍କ ସହିତ ଅନେକ କଳାକାର ନାଟକ ରେ ଅଭିନୟ କରିଥିବା ବେଳେ, ଦିପୁ, ପିଣ୍ଟୁ, କାଇନ, ଙ୍କ ସହିତ ଅନେକ ସହଯୋଗୀ ସହଯୋଗ କରିଥିଲେ। କାର୍ଯ୍ୟ କ୍ରମ କୁ ବିନାୟକ ମହାନ୍ତି ସଂଯୋଜନା କରିଥିଲେ। ଦୁଇ ତାରିଖ ସନ୍ଧ୍ୟା ରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବା ର ସ୍ଥିର କରାଯାଇଛି।
