
ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ମୁନରେ ଡକାୟତି ହେବାପରେ ପୁଲିସର ଚେତା ପଡ଼ିଛି।ଜିଲ୍ଲାର ବ୍ୟାଙ୍କ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ସୁରକ୍ଷା କଡ଼ାକଡି ପାଇଁ ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏକ ବୌଠକ ଅନୁଷ୍ଠିତ ହୋଇଯାଇଛି।ବାରିପଦା ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପୂର୍ବାଞ୍ଚଳ ଡିଆଜି ଡ.ସତ୍ୟଜିତ ନାୟକ ସମସ୍ତ ରାଷ୍ଟାୟତ୍ତ, ଘରେଇ ଓ ସମବାୟ ବ୍ୟାଙ୍କ ଅଧିକାରୀଙ୍କ ସମେତ ଆଲୋଚନା କରିଛନ୍ତି।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁପାଲ୍ଲୀ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟାଙ୍କ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡି କରାଯିବା ନେଇ ଆଲୋଚନା ହୋଇଥିଲା। ଗତ ଫେବୃୟାରୀ ୨୦ ତାରିଖରେ ଵହଳଦା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ବନ୍ଧୁକ ମୁନରେ ଦୃବର୍ତ୍ତ ମାନେ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ।ଏହାର ୪ ମାସ ପରେ ପୁଣି ଘଟଣାର ପୁନରାବୃତ୍ତି ହୋଇଛି।ପୁନଶ୍ଚ ଗତ ମଙ୍ଗଳବାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କ୍ୟାସ କାଉଣ୍ଟର ରୁ ୯ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇ ପଳାଇଛନ୍ତି।ଏହାର ପୁର୍ବ ଦିନ ଉକ୍ତ ଅଂଚଳରେ ଛିନ୍ ତାଇ ଉଦ୍ୟମରେ ବିଫଳ ହେବାରୁ ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିଲେ।ସ୍ଥିତି ଅନୁଧ୍ୟାନ ନିମନ୍ତେ ପୂର୍ବାଞ୍ଚଳ ଡିଆଜି ଡ଼. ନାୟକ ଉପସ୍ଥିତ ଥିଲାବେଳେ ଦୁର୍ବୃତ୍ତ ମାନେ ବ୍ୟାଙ୍କ ଡକାୟତି କରିଥିଲେ।ଯାହାକି ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ବିପର୍ଯ୍ୟସ୍ତ ଆଇଶୃଙ୍ଖଳା ପରିସ୍ଥିତି ପାଇଁ ବାରମ୍ବାର ଏହିପରି ଘଟଣା ଘଟୁଥିଲେ ସୁଦ୍ଧା ପୁଲିସ ପ୍ରଶାସନ ନିଜ ତ୍ରୁଟିକୁ ସ୍ବୀକାର କରିବା ପରିବର୍ତ୍ତେ ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବ୍ୟାଙ୍କର ସି ସି ଟି ଭି ତଥ୍ୟ ସୁରକ୍ଷିତ ରଖିବା ପାଇଁ ଡିଜିଟାଲ ଡିଭିଆର ,କେନ୍ଦ୍ରୀୟ ସର୍ଭର,ତାଲିମ ପ୍ରାପ୍ତ ବନ୍ଧୁକଧାରୀ ଗାର୍ଡ,ଆଧୁନିକ ଆଲାରାମ ଏବଂ ନିୟମିତ ଭାବେ ଏହାର ଅନୁଧ୍ୟାନ କରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି।ଯାହା ଦ୍ୱାରା କି ବ୍ୟାଙ୍କ ଡକାୟତି ରୋକାଯାଇ ପାରିବ ବୋଲି ମତପ୍ରକାଶ କରିଛନ୍ତି।ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ପୁରା ଭୁଷୁଡି ପଡ଼ିଥିବା ବେଳେ ନିୟମିତ ଭାବେ ଚୋରି,ଛିନ୍ ତାଇ,ଡକାୟତି,ହତ୍ୟାକାଣ୍ଡ,ବନ୍ଧୁକ ଆଦି ମାରଣାସ୍ତ୍ର ଦେଖିବାକୁ ମିଳୁଛି।