*ମହିମା ସେତୁ କାଲୁରିଆ ଠାରେ ମରଣାନ୍ତକ ଆକ୍ରମଣ କରି ସୁନାଚେନ ଲୁଟ l* ଅଦ୍ୟ ତା 29/10/2026 ଗଁନ୍ଦିଆ ବ୍ଲକ କାଲୁରିଆ ବ୍ରିଜ ଠାରେ ମରଣାନ୍ତକ ଆକ୍ରମଣ କରି ସୁନାଚେନ ଲୁଟ l ଆଜି ଆକ୍ରମଣ କରାଯାଇଥିବା ପିଲାର ବାପା ଶ୍ରୀ ପ୍ରସନ୍ନ କୁମାର ରାଉତଙ୍କ କହିବା ଅନୁସାରେ ତାଙ୍କପୁଅ ଅବିନାଶ ରାଉତ ଜିରାଳ ପଟୁ ନିଜଘର ଯୋରନ୍ଦାକୁ ଫେରୁଥିବା ବେଳେ ବ୍ରିଜ ଶେଷ ମୁଣ୍ଡରେ ଏକ ପଲସର ଗାଡିରେ ଦୁଇଜଣ ଆସି ଅବିନାଶ ଗାଡିକୁ ଧକାଦେଇ ପକାଇ ଦେଇଥିଲେ ଓ ତାକୁ ବାଡେଇ ତା ମୁଣ୍ଡକୁ ବ୍ରିଜ ପିଲରରେ ବାଡେଇ ଅଚେତ କରି ତା ବେକରୁ ସୁନାଚେନ ଓ ପକେଟରୁ ଟଙ୍କା ଧରି ପଳାଇଥିଲେ, ଗ୍ରାମ ଲୋକଙ୍କ ସହାୟତାରେ ତାଙ୍କ ଘରକୁ ଖବର ଦେଇଥିଲେ l ତାଙ୍କ ପିତା ଥାନାକୁ ଜଣାଇ ଥିଲେ ଓ ଅବିନାଶଙ୍କ ମୁଣ୍ଡରେ ବହୁତ ଆଘାତ ହୋଇଥିବାରୁ ତାଙ୍କୁ ତୁରନ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଛନ୍ତି l କାଲୁରିଆ ଗ୍ରାମ ବାସୀଙ୍କ କହିବା ଅନୁସାରେ ତାଙ୍କ ଗ୍ରାମର କାର୍ତ୍ତିକ ବେହେରା ଓ ଯୋରନ୍ଦା ର ପ୍ରଦୂନ୍ନ ବିଶ୍ୱାଳ ଏହି କାଣ୍ଡ କରିଛନ୍ତି l ଏବଂ ଯୋରନ୍ଦା ଫାଣ୍ଡି ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ତାଙ୍କ ଦୁଇଜଣକୁ ନିଜ କଷ୍ଟଡ଼ିରେ ରଖି ତଦନ୍ତ ଚାଲୁ ରଖିଛନ୍ତି l
