ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): କିଛି ଦିନ ର ବିରାମ ପରେ ସୋର ରେ ପୁଣି ଥରେ ଚୋର ମାନେ ସକ୍ରିୟ ହୋଇଛନ୍ତି। ଏଥର କିନ୍ତୁ କୈଣସି ମନ୍ଦିର କିମ୍ବା ଘର ନୁହେଁ ବରଂ ଘର ଅଗଣାରେ ଥିବା ବାଇକ୍ ନେଇ ଚୋର ମାନେ ଚମ୍ପଟ ମାରିଛନ୍ତି। ଘଟଣାରୁ ପ୍ରକାଶ ସୋର ଥାନା ନଟାପଡା ପଞ୍ଚାୟତ ରାଧାବହ୍ଲଭପୁର ଗ୍ରାମରୁ ଦୁଇଟି ବାଇକ ଚୋରି ହୋଇଥିବା ନେଇ ସୋର ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଏହି ଗ୍ରାମର ଯୋଗେଶ୍ୱର ବେହେରା ତାଙ୍କର ଓଡି ୦୧ ଏଲ ୮୨୯୭ ନମ୍ବର ବିଶିଷ୍ଟ ହୋଣ୍ଡା ଲିଭୋ ବାଇକ ଓ ମାନସ ରଞ୍ଚନ ବେହେରା ତାଙ୍କର ଓଡି ୦୧ ଆର୫୪୮୮ ନମ୍ବର ବିଶିଷ୍ଟ ହୋଣ୍ଡା ସାଇନ ବାଇକକୁ ଘର ଅଗଣାରେ ରଖିଥବଲେ। ରାତି ଗୋଟାେ,ରେ ଗାଡି ଦୁିଯି ଥିବା ବେଳେ ସକାଳୁ ଗାଡି ରଖାଯାଇଥିବା ସ୍ଥାନରେ ଦେଖିବାକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ଗାଡିର କୌଣସି ସନ୍ଧାନ ନପାଇ ଶେଷରେ ନିରାଶ ହୋଇ ସୋର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।