ବ୍ରହ୍ମପୁର (ସୁରଜିତ ରାଉଳ) -ବିପର୍ଯ୍ୟସ୍ତ ମହିଳା ସୁରକ୍ଷା ବିରୋଧରେ ୮ଜିଲ୍ଳାର ନେତୃତ୍ୱ ଏକାଠି ହୋଇ ଦକ୍ଷିଣ ଓଡ଼ିଶାର ସବୁ ନେତା ସମାବେଶରେ ଯୋଗଦେଇଥିଲେ।ନିକଟରେ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରେ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ବୋଲି ବିକ୍ଷୋଭ ସମାବେଶରେ ଯୋଗ ଦେଇଥିବା ନେତୃମଣ୍ଡଳୀ କହିଥିଲେ। ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ବ୍ରହ୍ମପୁର ସହରରେ ଏକ ବିଶାଳ ରାଲି ଖଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମରୁ ବାହାରି ସହର ପରିକ୍ରମା କରି ଆରଡିସି ଅଫିସ ରେ ପହଞ୍ଚିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଗୋପାଳପୁର ଗଣଦୁଷ୍କର୍ମ ଠାରୁ ଆରମ୍ଭ କରି ନବରଙ୍ଗପୁର,ତେନ୍ତୁଳୀଖୁଣ୍ଟି, ସାନଖେମୁଣ୍ଡି, ଗୋଳନ୍ଥରା,ପାଟପୁର ପ୍ରଭୁତି ସ୍ଥାନରେ ମହିଳା ନିର୍ଯ୍ୟାତନା ଘଟଣାର ଉଲେଖ କରି ଆଗାମୀ ଦିନରେ ସରକାରୀ ନିଷ୍କ୍ରିୟତା ବିରୋଧରେ ଜିଲ୍ଲା ଓ ବ୍ଲକ ସ୍ତରରେ ଆନ୍ଦୋଳନ ଜୋରଦାର କରିବା ପାଇଁ କହିଥିଲେ।ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକରାଯାଇଥିଲା। ଏହି ବିକ୍ଷୋଭ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ଶ୍ରୀ ରବି ନାରାୟଣ ନନ୍ଦ, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ଭୃଗୁ ବକ୍ସିପାତ୍ର,ଶ୍ରୀ ମନୋହର ରନ୍ଧାରୀ,ଶ୍ରୀ ମାନସ ମାଡକାମୀ, ଶ୍ରୀଜିନ ହିକକା, ଶ୍ରୀ ରୁପେଶ ପାଣିଗ୍ରାହୀ, ଶ୍ରୀ ଭାସ୍କର ରାଓ,ଶ୍ରୀ ଜଗନ୍ନାଥ ଶାରକା,ଶ୍ରୀ ଚକ୍ରମଣି କହଁର, ଶ୍ରୀ ବିକ୍ରମ ଆରୁଖ,ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ରଞ୍ଜିତା ସାହୁ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଶ୍ରୀ ପ୍ରଫୁଲ୍ଲ ପାଙ୍ଗା,ଶ୍ରୀ ପ୍ରଦୀପ କୁମାର ଦିଶାରୀ ଶ୍ରୀ,ପୁଷ୍ପେନ୍ଦ୍ର ସିଂଦେଓ, ଶ୍ରୀମତି ପଦ୍ମିନୀ ଦିଆନ,ଶ୍ରୀମତୀ ମନୋରମା ମହାନ୍ତି,ଶ୍ରୀ ରଘୁନାଥ ଗମାଙ୍ଗୋ,ଶ୍ରୀ ରମେଶ ମାଝୀ, ଶ୍ରୀ ଶ୍ରୀକାନ୍ତ ସାହୁ, ଶ୍ରୀ ପୂର୍ଣ୍ଣ ସ୍ୱାଇଁ, ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ,ଶ୍ରୀ ସୁବାଷ ବେହେରା, ଶ୍ରୀ ବିପ୍ଳବ ପାତ୍ର, ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ,ଶ୍ରୀ ତୁମ୍ବନାଥ ପଣ୍ଡା,ଶ୍ରୀ ଚକ୍ରମଣୀ କହଁର,ଶ୍ରୀ ପ୍ରଭୁ ଜାନି,ଶ୍ରୀମତୀ ନନ୍ଦିନୀ ଦେବୀ,ଶ୍ରୀ ଶ୍ରୀରୂପ ଦେବ,ଶ୍ରୀମତୀ ଅନୁସୟା ମାଝୀ ଏବଂ ଅଜିତ ପଣ୍ଡା ଙ୍କ ସମେତ ହଜାର ହଜାର ନେତା ଓ କର୍ମୀ ସାମିଲ ହୋଇଥିଲେ। ଖଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ରୁ ଆରଡିସି ଅଫିସ ଜନସମୁଦ୍ରରେ ପରିଣତ ହୋଇଥିଲା।
