ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହାଆଡମ୍ବରରେ ଜନ୍ମାଷ୍ଟମୀ ପାଳିତ
ସ୍ଥାନ ପରଜଙ୍ଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କନ୍ଦରସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ କୃଷ୍ଣ ଓ ରାଧା ବେଶରେ ସଜେଇ ହୋଇ ଆସି ସମସ୍ତଙ୍କ ମନ ମୋହିଥିଲେ। ଶ୍ରୀକୃଷ୍ଣ ହେଉଛନ୍ତି ହିନ୍ଦୁ ଧର୍ମର ଜଣେ ପ୍ରମୁଖ ଆରାଧ୍ୟ ଦେବତା। ସେ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ଭାବରେ ପୂଜା ପାଆନ୍ତି। ଦ୍ୱାପର ଯୁଗରେ ଦୁଷ୍ଟମାନଙ୍କର ବିନାଶ ଏବଂ ସଂସାରରେ ଧର୍ମର ରକ୍ଷା ପାଇଁ ସେ ମର୍ତ୍ତ୍ୟମଣ୍ଡଳରେ ଜନ୍ମଗ୍ରହଣ କରିଥିଲେ ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଓ ଗୋରୁ ଜି ଗୋରୁ ମା ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏଥି ସହିତ ସମାଜସେବୀ କଳ୍ପତରୁ ବିଶ୍ବାଳ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ସ୍କୁଲର ସମସ୍ତ ଗୋରୁଜି ଗୋରୁ ମା ସହଯୋଗରେ ଗାଁ ପରିକ୍ରମା କରି ଗୋପିନାଥ ମନ୍ଦିରରେ ପୁଜାଚନା କରିଥିଲେ, ଶେଷରେ ଦଧି ନଉତି ଭାଙ୍ଗି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
