କୃଷକ ର ଆୟ ବୃଦ୍ଧି ଯୋଜନା :-
ଶସ୍ୟବୀଜ ଫସଲ କୁ ପ୍ରଚlହାନ ଦେବା ଦୃଷ୍ଟିରୁ, କୃଷି ବିଜ୍ଞାନ କେନ୍ଦ୍ର, ପାଲଝାର, ଙ୍କ ଦ୍ୱାରା ଦିଆଯାଇଥିବା, ପିତାମ୍ବରପୁର ଓ ତିଳେଶ୍ୱର ଗ୍ରାମ ପଂଚାୟତ ର କାନପୁର, ଜିରାଡ଼, ପିତାମ୍ବତପୁର ଗ୍ରାମ ରେ, ଆଗରୁ ବଣ୍ଟନ କରାଯାଇଥିବା ସୋରିଷ କୁ, ତାର ଚାରା କୁ ନିରୀକ୍ଷଣ କରିଵା ସଙ୍ଗେ ସଙ୍ଗେ, ବରିଷ୍ଟ କୃଷି ବୈଜ୍ଞାନିକ, ଡ ତପନ କୁମାର ଦାସ, ଡ ମୟୂରୀ ସର୍ଦ୍ଦାର ସିଂ, ଓ ଡ ସମାପିକା ଦଳାଇ ଆସି, ଚାଷୀ ଙ୍କ ସଙ୍ଗେରେ ଚାରା ର ସ୍ଥିତି ଓ ରୋଗ ପୋକ ନିୟନ୍ତ୍ରଣ କଥା ଆଲୋଚନା କରି ଚାଷ ଜମିକୁ ପରିଦର୍ଶନ କରିଥିଲେ l
ଶେଷରେ କୃଷି ବିଭାଗ ତରଫରୁ ଦିଆଯାଇଥିବା, ମୁଗ ବିହନ କୁ, 130 ଜଣ ଚାଷୀଙ୍କୁ ବଣ୍ଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l
ଖୁସିର କଥା ଯେ, ଚାଷୀ ଜଣେ ଜଣଙ୍କୁ ସାକ୍ଷୀ ରଖି ବିହନ କୁ ବୁଣିବା ଓ ତାର ରକ୍ଷଣା ବେକ୍ଷଣ କରି, ନିଜର ଆୟ କୁ ବଢ଼ାଇବା ଦିଗରେ ନିଜେ ବାଣ୍ଟି ନେଇଥିଲେ l
ତାହା ଏକ ଉତ୍ସlହିତ ବାତାବରଣ ହୋଇଥିଲା ବୋଲି ଅନୁଭବ ହେଲା l
ବରିଷ୍ଠ କୃଷି ବୈଜ୍ଞାନିକ, ପାଲଝlର ର ଚାଷୀ ଙ୍କ କଥା ରଖିଲେ ଯେ, ଆଗାମୀ ଦିନରେ, ଚାଷୀ ଙ୍କୁ ତାଲିମ ଦେବା ଓ ଚାଷୀ ର ସୁବିଧା ଅସୁବିଧା ସମୟରେ ଯୋଗାଯୋଗ କରିବା ତଥା ତାର ସମାଧାନ କିପରି କରିପାରିବା, ସେ ବିଷୟରେ ପରାମର୍ଶ ଦେଇଥିଲେ l
