Slug -୧୩ କୋଟି ଟଙ୍କାରେ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ମୁତୁରିବନ୍ଧ ରୁ ମାରୁଆବିଲି ରାସ୍ତାl
ଧର୍ମାନନ୍ଦ ସେଠି ଙ୍କ ଖାବର
Date -7/8/2026
Anchor -ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଆକାଂକ୍ଷୀ ବ୍ଲକରେ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମୁତୁରିବନ୍ଧରୁ ମରୁଆବିଲି ପର୍ଯ୍ୟନ୍ତ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ରାସ୍ତା। ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯିବ।ବିରାଶାଳ ଓ ମରୁଆବିଲ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ନିର୍ମାଣ ହେଲେ ଦୁଇ ପଞ୍ଚାୟତର ଲୋକଙ୍କ ଯାତାୟାତ ଅଧିକ ସୁଗମ ହେବ। ଦୈନନ୍ଦିନ ଯାତାୟାତ ସହ ଅଞ୍ଚଳର ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।ଏହି ଅବସରରେ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ବରିଷ୍ଠ ନେତା କାର୍ତ୍ତିକ ସାହୁ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବହୁ ପ୍ରତୀକ୍ଷିତ ଏହି ରାସ୍ତା ନିର୍ମାଣ ଦ୍ୱାରା ଦୁଇ ପଞ୍ଚାୟତର ଲୋକଙ୍କ ଯାତାୟାତ ସମସ୍ୟା ଦୂର ହେବା ସହ ଅଞ୍ଚଳର ବିକାଶକୁ ଏହା ନୂଆ ଦିଗ ଦେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।
ବାଇଟ ୧-ରାସ ବିହାରୀ ବେହେରା, ବିଜେପି ଜିଲ୍ଲା ସଭାପତି, ଢେଙ୍କାନାଳ
ବାଇଟ ୨-ବିଭୁତି ଭୂଷଣ ପ୍ରଧାନ, ବିଧାୟକ, ପରଜଙ୍ଗ
