ଅନୁଗୋଳ ଗସ୍ତରେ ୨୦୨୧ ବ୍ୟାଚର ୪୦ ଜଣ ଏ, ଏସ,ଓ(ASO) ପ୍ରଶିକ୍ଷଣ୍ଣର୍ଥି
ଅନୁଗୋଳ ଜିଲ୍ଲା ୨୦୨୧
ମସିହା ର ଷଷ୍ଟ ବ୍ୟାଚର ୪୦ ଜଣ ଆସିଷ୍ଟାଣ୍ଟ ସେକ୍ସ୍ନ ଅଫସର (ASO)ପ୍ରସିକ୍ଷଣା ର୍ଥି ଅଧିକାରୀ ଦୁଇ ଦିନଆ କ୍ଷେତ୍ର ପରିଦର୍ଶନରେ ଅନୁଗୋଳ ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସର ରେ ସେ ମାନେ ନାଲକୋ ପାୱାର ପ୍ଲାଣ୍ଟ ପରିଦର୍ଶନ କରି ସେଠାରେ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଅବଗତ ହୋଇ ଥିଲେ । ଏହା ସହିତ ତାଳଚେର ସ୍ଥିତ ପ୍ରସିଦ୍ଧ ମା ହିଙ୍ଗୁଳା ପୀଠ, ଶୈଲ ଶ୍ରୀ କ୍ଷେତ୍ର ଓ ମା ବୁଢ଼ୀ ଠାକୁରାଣୀଙ୍କ ପୀଠ ଦର୍ଶନ କରିଥିଲେ । ପରେ ଟିକର ପଡା ସ୍ଥିତ ସାତ କୋଶିଆ ଗଣ୍ଡ ଗସ୍ତ କରି ସେଠାରେ ପ୍ରାକୃତିକ ପରିବେଶ ଓ ପର୍ଯ୍ୟଟନ ସମ୍ଭାବନା ସମ୍ପର୍କରେ ଅନୁଧ୍ୟାନ କରି ଥିଲେ । ଅପରାହ୍ନରେ ଅନୁଗୋଳ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ । ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସରକାରୀ ଯୋଜନାରେ କାର୍ଯ୍ୟ କରିବା ଏବଂ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କ ରେ ବିସ୍ତୃତ ଭାବେ ଅବଗତ ହୋଇ ଥିଲେ । କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପ୍ରଶିକ୍ଷଣାର୍ଥି ଅଧିକାରୀ ମାନେ ଜିଲ୍ଲାର ଶିଳ୍ପ ପର୍ଯ୍ୟଟନ ସଂସ୍କୃତି ଓ ବିକାଶ ମୁଳକ କାର୍ଯ୍ୟର ବାସ୍ତବ ଚିତ୍ର ସମ୍ପର୍କ ରେ ଧାରଣା ଲାଭ କରି ଥିଲେ । ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
