ଶତାୟୁ ପୁରୁଷ ଯଦୁମଣି ପଟ୍ଟନାୟକଙ୍କ ପରଲୋକ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଗ୍ରାମର ଶତାୟୁ ପୁରୁଷ ଯଦୁମଣି ପଟ୍ଟନାୟକ(୧୦୩) ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଛି l ଦିର୍ଘଦିନ ଧରି ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ବେଳେ ଶେଷ ନିଶ୍ଵାସ ଗୁରୁବାର ସକାଳ ଦଶ ଘଟିକା ସମୟରେ ହୋଇଛି। ସେ ଜଣେ ଧର୍ମ ପରାୟଣ, ସ୍ନେହୀ ଓ ଆଦରଣୀୟ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବହୁ ଅଞ୍ଚଳର ବ୍ୟକ୍ତି ବିଶେଷ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱସନା ପ୍ରଦାନ କରିଥିଲେ। ସ୍ଵର୍ଗତ ପଟ୍ଟନାୟକ ତାଙ୍କ ଯୁବାବସ୍ଥାରେ ପାରାଦୀପ ପୋର୍ଟ ରେ ଜଣେ ଓଲଡିଙ୍ଗ ମେକାନିକ ଭାବେ କାର୍ଯ୍ୟକରି ବୁଡା ଜାହାଜ ମଧ୍ୟରେ କାର୍ଯ୍ୟକରି ସେ ଇଂଲଣ୍ଡ , କୋଲକାତା ଓ ବିଭିନ୍ନ ଦେଶ ବନ୍ଦର ସବୁ ପରିଭ୍ରମଣ କରିଥିଲେ। ପାରାଦୀପ୍ ପୋର୍ଟ ରେ କାର୍ଯ୍ୟ କରିଥିଲେ ବି ପାରିବାରିକ ସମସ୍ୟା କୁ ନେଇ ସେ ଚାକିରି ଛାଡି ଗାଁ ରେ ଆସି ଚାଷବାସ କାର୍ଯ୍ୟ କରୁଥିଲେ। ସ୍ଵର୍ଗତ ପଟ୍ଟନାୟକଙ୍କ ପତ୍ନୀ କିଛି ବର୍ଷ ଆଗରୁ ସ୍ବର୍ଗାରୋହଣ କରିଥିବାରୁ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ, ବୋହୂ, ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ ଶରୀର କୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ବଡ ପୁଅ ଜୟନ୍ତ କୁମାର ପଟ୍ଟନାୟକ ମୁଖାଗ୍ନି ଦେଇଥିବା ବେଳେ ସାନ ପୁଅ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।
