ଛାତରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ : ନିଜ ମଲା ପୁଅକୁ ଅପେକ୍ଷା କରି କରି ବାପା ମାଆଙ୍କ ଆଖି ଲୁହ ଆଖିରେ ମଲାଣି
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ମୃତ୍ୟୁ ଶତ୍ୟ କିନ୍ତୁ କେତେବେଳେ ଆସେ କାହାକୁ ଜଣା ନଥାଏ। ପୁଅ ଯାଇଥିଲା ବିଦେଶକୁ ଚାକିରୀ କରି ପରିବାର ଓ ନିଜର ପେଟ ପୋଷିବା ପାଇଁ କିନ୍ତୁ ଏବେ ଶବ ହୋଇ ଆସୁଛି ବିଦେଶ ରୁ ଘରକୁ, ପରିବାର ଲୋକେ ଅନାଇଛନ୍ତି ଶବ କେବେ ଘରକୁ ଫେରିବ। ଏହି ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ମାଣତ୍ରି ପଞ୍ଚାୟତ ମାଣତ୍ରି ଗ୍ରାମର ସାହୁ ସାହି ର ପ୍ରଭାକର ସାହୁ ଙ୍କ ସାନ ପୁଅ ଦିପକ ସାହୁ ବୟସ ୨୬ , ଦିପକ ତାମିଲନାଡୁ ରେ ବହୁତ ଦିନରୁ ଏକ ଗେଷ୍ଟ ହାଉସ ରେ କାମ କରୁ ଆସୁଥିଲେ। ଗତ ୨ ତାରିଖ ରବିବାର ରାତିରେ କୈଣସି କାରଣ ବସତଃ ରହିଥିବା ଗେଷ୍ଟ ହାଉସର ୩ ତାଲା ରୁ ତଳକୁ ଖସି ପଡ଼ିଥିବା ପରିବାର ଲୋକେ ଖବର ପାଇ ଥିଲେ। ସେଠାରେ ସ୍ଥାନୀୟ ଲୋକେ ଦିପକ ଙ୍କୁ ଉଧାର କରି ନିକଟସ୍ଥ ମେଡିକାଲ କୁ ନେଇଥିଲେ କିନ୍ତୁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଖବର ପାଇ ଦିପକ ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଭେଣ୍ଡିଆ ପୁଅ କୁ ହରାଇ ବାପା ମାଆ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ଏହି ଦୁଃଖଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
