ଉନବିଂଶ ତମ ଚଉଷଠି ଯୋଗିନୀ ମହୋତ୍ସବ ଉଦଯାପିତ
ଭୁବନେଶ୍ୱର :. କଳାରେ ରୁଦ୍ଦିମନ୍ତ ଉତ୍କଳ ଭୂମିରେ ଶାସ୍ତ୍ରୀୟ କଳା ଓ ଲୋକ ପରମ୍ପାର ସମୃଦ୍ଧ ଐତିହ୍ୟକୁ ପରିବ୍ୟାପ୍ତ କରିବା ଉଦେଶ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ସହାୟତାରେ ଓଡିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପ୍ରତିଭା ପଣ୍ଡା ଦ୍ୱାରା ପ୍ରତିଷ୍ଠିତ ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟ ପ୍ରତିଭା ଉନବିଂଶ ତମ ଚଉଷଠି ଯୋଗିନୀ ମହୋତ୍ସବ ଭାରତୀୟ ବିଦ୍ୟାଭବନ ଠାରେ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଥିବା ଏହି କର୍ଯ୍ୟକ୍ରମରେ ଉଦଯାପନୀ ସଂଧ୍ୟାରେ ଅତିଥି ଭାବେ ପୂର୍ବତନ ବିଧାୟକ ,ଅଧ୍ୟକ୍ଷ ,ଚଉଷଠି ଯୋଗିନୀ ମହୋତ୍ସବ ଡଃ ଅରବିନ୍ଦ ଢାଲୀ, ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ,ଓଡଶୀ ଗୁରୁ ଗଜେନ୍ଦ୍ର ପଣ୍ଡା,ସଭାପତି ନୃତ୍ୟ ପ୍ରତିଭା ଡଃ ରଜନୀ ରଞ୍ଜନ ଦାଶ , ଉପସଭାପତି ବଂଙ୍କିମ୍ ନାୟକ, ନୃତ୍ୟପ୍ରତିଭାର ସଂମ୍ପାଦିକା ଗୁରୁ ପ୍ରତିଭା ପଣ୍ଡା,ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେପି ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ମିଶ୍ର ,ସିନେ ଅଭିନେତ୍ରୀ ଉସଶୀ ମିଶ୍ର,ସିନେ ତାରକା ଦେବଜାନୀ ଡେଗୁରିଆ ଯୋଗଦାନ କରି ଚଉଷଠି ଯୋଗାନୀ ଙ୍କ ତଥ୍ୟ ସମ୍ବଳିତ ଏକ ସ୍ମରଣୀକା ଉନ୍ମୋଚିତ କରାଯାଇଥିଲା। ଏହି ଅବସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରରୀ ବାଜପେୟୀ ଙ୍କ ୧୦୦ତମ ଜନ୍ମଜୟନ୍ତୀ ଉଦେଶ୍ୟରେ ଧୀରେନ୍ଦ୍ର ନାଥ ମଲ୍ଲିକଙ୍କ ନିର୍ଦେଶିତ ” ରାଷ୍ଟ୍ର ପୁରୁଷ ଅଟଳ” ନାମକ ଏକ ନାଟକ ଶତାଦ୍ଦୀ ର କଳାକାର ଦ୍ବାରା ପରିବେଷଣ କରାଯିବା ସହ ପୂର୍ବତନ ବିଧାୟକ ଅରବିନ୍ଦ ଢାଲୀ ଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ଓଡିଶୀ ନୃତ୍ୟଙ୍ଗନା ପଦ୍ମଶ୍ରୀ ଇଲିୟାନା ସୀତାରୀଷ୍ଟିଙ୍କୁ ସମ୍ମାନ ଜନକ ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ ଓ ସୁଲେଖିକା ଶୃତକିର୍ତୀ ତ୍ରୀପାଠୀ ଙ୍କୁ ଯୁବ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଡ ଇତିରାଣୀ ସାମନ୍ତଙ୍କୁ ସୁରେଶ ବଳବନ୍ତରାୟଙ୍କ ସ୍ମତିରେ ଚଉଷଠି ଯୋଗିନୀ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା।ଉଦଯାପନୀ ସଂଧ୍ୟାରେ ଇଲିଆନା ଶୀତାରିଷ୍ଟଙ୍କ ଦ୍ବାରା ଏକକ ଓଡିଶୀ ନୃତ୍ୟ,ପ୍ରଭାତ ସ୍ବାଈ ଓ ଦଳଙ୍କ ଦ୍ବାରା ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ଯାହା ଦର୍ଶକଙ୍କୁ ବିମୋହିତ କରିଥିଲା।ଏହି କାର୍ଯ୍ୟକ୍ରମଟିକୁ ଶ୍ରୀନିବାଶ ଘଟୁଆରୀ ପରିଚାଳନା କରିଥିଲେ ।
