ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ ପାଳନ
ବେଲଗୁଣ୍ଠା,୦୬/୦୮,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଛି। ଏଥିରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କ ସହ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗ ଦେଇ ମହାବିଦ୍ୟାଳୟ ପରିସରକୁ ଆବର୍ଜ୍ଜନା ମୁକ୍ତ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଏବଂ ଜାତୀୟ ସେବା ଯୋଜନା ସଂଯୋଜିକା ଅଧ୍ୟାପିକା ପିଙ୍କି ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ସଫଳ ହୋଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଯୋଗ ଦେଇଥିଲେ।
