ଜିଲ୍ଲାସ୍ତରୀୟ ଯୌତୁକ ନିର୍ଯାତନା ଆଇନ ତାଲିମ ଶିବିର
ବାଲେଶ୍ୱର; ସମାଜରେ ଯୌତୁକ ନିର୍ଯାତନାରୁ ମହିଳାମାନଙ୍କ ସୁରକ୍ଷା ପାଇଁ ଥିବା ଆଇନ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲ ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷ୍ୟରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହିଳାଙ୍କ ସୁରକ୍ଷା ଓ ନିରାପଦ ଜୀବନ ଯାପନ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ତାଲିମ ଦିଆଯାଇଥିଲା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ଅଧକ୍ଷ୍ୟାତରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲାପରିଷଧ ଅଧକ୍ଷ୍ୟ ନାରାୟଣ ପ୍ରଧାନ ନାରୀଶଶକ୍ତି କରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପ ଯୌତୁକ ନିଷେଧ ଅଧିନିୟମ ୧୯୬୧ ସମ୍ପର୍କରେ ଆଲୋଚନା କରିଥିଲେ l ଉପ ଆରକ୍ଷୀ ଅଧିକ୍ଷକ ନିର୍ମଳା ଗୋଛାୟତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହୀର , ଜିଲ୍ଲା ଆଇନସେବା ପ୍ରାଧିକରଣର ଆଇନଜୀବୀ ଗଣେଶ୍ୱର ରାଉତ ସଂଶଧନ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ l ବିଏଡ଼ିସିର ସମ୍ପାଦକ ଗୋପାଳ କୃଷ୍ଣ କର ନାରୀମାନଙ୍କ ପ୍ରତି ହେଉଥିବା ଯୌତୁକ ନିର୍ଯାତନା ଓ ଆଇନ ଅନୁସାରେ ଥିବା ପ୍ରାବିଧିକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଜିଲ୍ଲା ପ୍ରଗ୍ରାମ ସଂଯାଜକ (ମମତା) ବାମଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଅନ୍ୟତମ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲ୍ଲିକ, ସୁରକ୍ଷ୍ୟା ଅଧିକାରୀ ଯୁତିକାରାଣୀ ରାୟ, ପ୍ରଗ୍ରାମ ଅଧିକାରୀ ଗିରିଵାଲା ମହନ୍ତ ଉପସ୍ଥିତ ଥିଲେ l ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟାଳୟର ଜିଲ୍ଲା ସଂଯାଜକ ପ୍ରଦୀପ କୁମାର ପାଲ ଧ୍ୟାନ୍ୟବାଦ ଅର୍ପଣ କରିଥିଲେ l
