
କଟକ…..:ଖିଲାରୀ ଋଷିକେଶ ଦ୍ୟାନଦେଓ କଟକର ନୂଆ ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ୨୦୧୬ ବ୍ୟାଚ ଆଇପିଏସ୍ ଅଫିସର ଖିଲାରୀ ଋଷିକେଶ ଦ୍ୟାନଦେଓ ପୂର୍ବରୁ ବଲାଙ୍ଗୀର ଏସପି ଥିଲେ । ୧୯୯୦ ଫେବ୍ରୁଆରି ୨୩ରେ ମହାରାଷ୍ଟ୍ରରେ ଜନ୍ମିତ ଦ୍ୟାନିଦେଓ ଜୁନିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡର ଓଡ଼ିଶା କ୍ୟାଡର ଆଇପିଏସ୍ ଭାବେ କାମ କରୁଛନ୍ତି। କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଶ୍ରୀ ଦ୍ୟାନଦେଓ ଦାୟିତ୍ଵ ଗ୍ରହଣ କରିବା ଅବସରରେ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା,ସାଇବର କ୍ରାଇମ, ବରିଷ୍ଠ ନାଗରିକଙ୍କ ସୁରକ୍ଷା,ପେସାଦାର ଅପରାଧୀଙ୍କ ଉପରେ ନଜର ରଖିବାକୁ ପ୍ରାଧାନ୍ୟ ଦିଆଯିବ I ଏଆଇ ବୈଷୟିକ ଜ୍ଞାନକୌଶଳକୁ ମଧ୍ୟ ତଦନ୍ତରେ ବ୍ୟବହାର କରାଯିବ ସହରରେ ଥିବା ସିସିଟିଭି ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ ସାଂସ୍କୃତିକ ସହର କଟକରେ ପର୍ବପର୍ବାଣୀ ବର୍ଷତମାମ ଲାଗି ରହିଛି। ବଡ ବଡ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଏହାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ତେବେ ସବୁଠାରୁ ଅଧିକ ଦାୟିତ୍ଵ ରହିବ ସାଧାରଣ ଲୋକଙ୍କ କଥା ଶୁଣିବା ଏବଂ ବିଶ୍ବାସଭାଜନ ହେବା ବିନା ଦ୍ବନ୍ଦ୍ବରେ ଲୋକ ଆସି ନିଜର କଥା ଜଣାଇପାରିବେ ଆଇନ ଭିତରେ ରହି ସେଗୁଡିକୁ ସମାଧାନ କରିବା ଦିଗରେ ସବୁବେଳେ ପ୍ରୟାସ କରାଯିବ ବୋଲି ଡିସିପି ଶ୍ରୀ ଦ୍ୟାନଦେଓ ସୂଚନା ଦେଇଛନ୍ତି । କଟକ ରୁ କମଲ କୁମାର ନାୟକ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍ I