“ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍। ଘଟଣାସ୍ଥଳରେ ୬ ବର୍ଷର ନାବାଳିକା ମୃତ।”
ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ବଡ଼ଗଡ଼ ଥାନା ଅନ୍ତର୍ଗତ ଢଉପଦା ଗ୍ରାମ ନିକଟରେ ଏକ ଘରୋଇ ବସ୍ ଚଢ଼ିଯିବା ଫଳରେ ଜଣେ ୬ ବର୍ଷର ମାସୁମ୍ ଝିଅର ମୃତ୍ୟୁ ଘଟିଛି।
ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଢଉପଦା ଗ୍ରାମ ନିକଟରେ ଘଟିଛି ଏହି ଦୁଃଖଦ ସଡ଼କ ଦୁର୍ଘଟଣା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ୬ ବର୍ଷର ନାବାଳିକା କଳ୍ପନା ନାୟକଙ୍କ ଉପରେ ଚଢ଼ିଯାଇଥିଲା ‘ବାହୁବଳୀ’ ନାମକ ଏକ ଘରୋଇ ବସ୍। ବସ୍ଟି ବ୍ରହ୍ମପୁରରୁ ବଡ଼ଗଡ଼ ହୋଇ ସୋରଡ଼ା ଆସୁଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ବସ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ କଳ୍ପନାର ପ୍ରାଣବାୟୁ ଉଡ଼ିଯାଇଥିଲା।
ମୃତ ନାବାଳିକା ଜଣକ ଢଉପଦା ଗ୍ରାମର କୃଷ୍ଣ ନାୟକଙ୍କ ଝିଅ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଗଞ୍ଜାମ ଜିଲ୍ଲା ଧରାକୋଟରୁ ବାପୁନି ସେଠୀଙ୍କ ରିପୋର୍ଟ, ଭଞ୍ଜଦୂତ ନିୟୁଜ୍ ।
