*ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ନବାନ୍ନ ଉତ୍ସବ ପାଳିତ ହୋଇଛି l* ଢେଙ୍କାନାଳ ତା -13/09/2026 ରିଖ ଗଁନ୍ଦିଆ ବ୍ଲକ ଯୋରନ୍ଦା ଠାରେ ବିଶ୍ୱ ପ୍ରସିଦ୍ଧ ମହାମାଗାଦି ର ଆଜି ନବାନ୍ନ ଉତ୍ସବ ପାଳିତ ହୋଇଅଛି l ଏହି ପର୍ବ ପାଳନ ହୁଏ ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ବ୍ରହ୍ମ ମୁହୁର୍ତରେ ଚଳିତ ବର୍ଷର ନୂତନ ଧାନରେ ପ୍ରସ୍ତୁତ ଚୁଡା, ଦହି, ଗୁଡ଼, ନଡ଼ିଆ, ସେଉ, ଅଙ୍ଗୁର, ଡାଳିମ୍ବ ପ୍ରଭୁତି ଫଳମୂଳରେ ପସ୍ତୁତ ଭୋଗକୁ ପ୍ରାତଃ ଘ. 4.30ମି ସମୟରେ ପ୍ରଭୁ ମହିମା ଗୋସାଇଁଙ୍କୁ ନବାନ୍ନ ଭୋଗ ଅର୍ପଣ କରିବାକୁଯାଇ ବିଶ୍ୱର ପ୍ରାଣୀଜଗତର ସର୍ବଵିଧି ମଙ୍ଗଳ ହେଉ ଓ ଚଳିତବର୍ଷ ଜୀବଜଗତକୁ ବହୁ ପରିମାଣରେ ରବିଫସଲ ସୁପ୍ରାପ୍ତ ହେବାନିମନ୍ତେ ପ୍ରଭୁ ମହିମାଗୋସାଇଙ୍କ ନିକଟରେ ସମସ୍ତ ସାଧୁସନ୍ଥ ଓ ଭକ୍ତମାନେ ମହିମା ଅଲେଖ ଧୋନୀ ଉଚ୍ଚାରଣ କରି ନବାନ୍ନ ଭୋଗ ଅର୍ପଣ କରିଥିଲେ l ଏହି ଉତ୍ସବ ଉପଭୋଗ କରିବାପାଇଁ ଓଡିଶାରୁ ସବୁ ଜିଲ୍ଲା ସହିତ ବାହାର ରାଜ୍ୟରୁ ମହିମା ଗୋସାଇଁଙ୍କ ଭକ୍ତ ବହୁତ ସଂଖ୍ୟା ରେ ଦେଖିବାକୁ ମିଳୁଛି l ଏହା ପଶ୍ଚିମ ଓଡିଶାର ବଡପର୍ବ ହୋଇଥିଲେ ମଧ୍ୟ ଏହା ମହିମାଗୋସାଇଙ୍କ ଠାରେ ଆଗ ଅର୍ପଣ କରାଯାଏ l ପ୍ରଭୁଙ୍କ ଠାରେ ଭୋଗ ଅର୍ପଣ ହୋଇ ସାରିବାପରେ ଛୋଟ ପିଲାଙ୍କୁ ସେହି ଭୋଗ ବଣ୍ଟାଯାଏ ଓ ତାପରେ ବାବା ମାନଙ୍କୁ ପରିବେଷଣ କରାଯାଏ, ବାବାମାନେ ପରସ୍ପରକୁ ଶ୍ରଦ୍ଧାର ସହିତ ନୂଆ ଅନ୍ନପ୍ରସାଦର ଶୁଭେଚ୍ଛା ଜଣାଇ ଜଣେ ଅନ୍ୟ ଜଣକୁ ଖୁଆଇ ଦିଅନ୍ତି ଓ ପରେ ପରେ ଅନ୍ୟ ସମସ୍ତ ସାଧୁ ଭକ୍ତ ମନେ ପ୍ରସାଦ ସେବନ କରନ୍ତି l ଏହି ପର୍ବର ପରମ୍ପରା ରକ୍ଷାକରି ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ , ସମାଜସେଵୀ ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର ଓ ଢେଙ୍କାନାଳ ପୌରପାଳିକା ଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଉପସ୍ଥିତି ରହି ଉଭୟ ମଠର ବାବା ମାନଙ୍କର ଆଶିଷ ଭିକ୍ଷା ଲାଭକରି ପ୍ରସାଦ ସେବନ କରିଥିଲେ,ଭାଇଚାରା ଏକତା ଓ ପରମ୍ପରା ର ଏହି ପର୍ବ ଯୋରନ୍ଦା ମହିମାଗାଦିରେ ଵେଶ ଶ୍ରଦ୍ଧା ଓ ଆନନ୍ଦର ସହିତ ପାଳନ କରାଯାଏ l ଢେଙ୍କାନାଳ ଗଁନ୍ଦିଆରୁ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର l
