
♦ଭୁବନେଶ୍ୱର…..
ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ଆର୍ଥିକ ଅନଗ୍ରସର ପିଲାଙ୍କ ନିମନ୍ତେ ନିଶୁଳ୍କ ଶିକ୍ଷାଦାନ ପ୍ରଦାନ ନିମନ୍ତେ ବିଦ୍ୟାଳୟ ଏବଂ ପିଲାଙ୍କ ନାମ ପଞ୍ଜିକରଣ ପାଇଁ ଥିବା ସମୟସୀମା କୁ ଶିକ୍ଷା ବିଭାଗ ତରଫରୁ ଏକ ମାସ ପାଇଁ ବର୍ଦ୍ଧିତ କରାଯାଇଛି,ଫଳରେ ବହୁ ଅଧିକ ପିଲା ଏହାର ସୁଫଳ ପାଇବେ ବୋଲି ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ତରଫରୁ ସ୍ଵାଗତ କରାଯାଇଛି ବୋଲି ମହାସଂଘ ସଭାପତି ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ପୁର୍ବରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ପଞ୍ଜିକରଣ ନିମନ୍ତେ ସମୟସୀମା ଥିଲା ଯେଉଁଥିରେ ୩୧୫୯ ସ୍କୁଲ୍ ନାମ ପଞ୍ଜିକୃତ କରିଥିଲେ ଏବଂ ମାତ୍ର ୧୨୪୬ ସ୍କୁଲ୍ ର ଭେରିଫିକେସନ୍ କରାଯାଇଥିଲା ଫଳରେ ମାତ୍ର ୧୭୦୦୦ ପିଲା ନାମ ପଞ୍ଜିକରଣ କରିଥିଲେ ଏବଂ ପାଖାପାଖି ୩୦୦୦୦ ପିଲା ଏଥିରୁ ବଞ୍ଚିତ ହେଉଥିଲେ।ଏହାକୁ ଦୃଷ୍ଟି ରେ ରଖି ଶିକ୍ଷା ବିଭାଗ ତରଫରୁ ସମୟସୀମା ବୃଦ୍ଧି କରାଯାଇଥିଲା ଫଳରେ ମାର୍ଚ୍ଚ ୫ ତାରିଖ ସୁଦ୍ଧା ବିଦ୍ୟାଳୟ ପଞ୍ଜିକରଣ ସଂଖ୍ୟା ୩୨୬୫ ରେ ପହଞ୍ଚିଛି ଏବଂ ଭେରିଫାଏଡ ସ୍କୁଲ ସଂଖ୍ୟା ୧୪୫୨ ରେ ପହଞ୍ଚିଛି ଏବଂ ପିଲାଙ୍କ ସଂଖ୍ୟା ୨୦୦୦୦ ର ପହଞ୍ଚିଛି। ସମସ୍ତ ବିଦ୍ୟାଳୟ ର ଭେରିଫିକେସନ୍ ହେବାପରେ ପାଖାପାଖି ଆହୁରି ୩୦୦୦୦ ପିଲା ଏହାର ସୁଫଳ ପାଇପାରିବେ, ପିଲା ମାନଙ୍କର ବୃହତ୍ତର ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଭାଗୀୟ ନିଷ୍ପତ୍ତି କୁ ସ୍ଵାଗତ କରାଯାଇଛି, ଏବଂ ଏ ସମ୍ବନ୍ଧରେ ମହାସଂଘ ର ଏକ ପ୍ରତିନିଧି ମଣ୍ଡଳୀ ବିଭାଗୀୟ ସଚିବଙ୍କ ସହ ମାନ୍ୟବର ମନ୍ତ୍ରୀ ମହୋଦୟ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଶ୍ରୀ ପଟ୍ଟନାୟକ ଙ୍କ ନେତୃତ୍ବରେ ଉପସଭାପତି ଶ୍ରୀ ଶଙ୍କର ସାମନ୍ତରାୟ, ଶ୍ରୀ ରଞ୍ଜନ ଦାସ,ସଂପାଦକ ଶ୍ରୀ ପ୍ରଦୀପ୍ତ ମିଶ୍ର, ଶ୍ରୀ ତାପସ ଦାସ୍, ଶ୍ରୀ ଅନନ୍ତ ରାଉତ, ଶ୍ରୀ ଆର୍ତ୍ତତ୍ରାଣ ପାତ୍ର,ଶ୍ରୀ ପ୍ରଦୀପ ପ୍ରଧାନ, ଶ୍ରୀ ସଞ୍ଜୟ ମହାନ୍ତି,ପଲ୍ଲବୀ ମହାପାତ୍ର,ଶୁଭ୍ରଜିତ୍ ମହାନ୍ତି,ଆଦି ବହୁ ସଂଖ୍ୟକ କର୍ମକର୍ତ୍ତା ଯୋଗ ଦେଇଥିଲେ।