
ଜିଲ୍ଲାକୁ ହସଖୁସିରେ ଭରିଦେଲା ଇନ୍ଦିରାବତୀ ନଦୀରେ ଜଳଭଣ୍ତାର ସୃଷ୍ଟି କରି ଇନ୍ଦିବତୀ ଜଳ ବିଦ୍ବ୍ଯତ ନିଗମ ଗଢି ସାରା ଭାରତର ଏକ ପ୍ରମୁଖ ବିଦ୍ବ୍ଯତ ନିଗମ ସୃଷ୍ଟି କରିଛି। ଏଥିରେ ଉତ୍ପାଦିତ ବିଦ୍ବ୍ଯତ ଓ ଜଳରେ କୋଟି କୋଟି ଟଙ୍କାର ରାଜସ୍ବ ଆଦାୟର ମାଧ୍ୟମ ସୃଷ୍ଟି ହେବା ଫଳରେ ସରକାରଙ୍କ ରାଜକୋଷକୁ ଗଲା ଏହା ସହିତ ଜଳ ଚାଷୀଙ୍କ କୃଷି କାର୍ଯ୍ଯରେ ଜଳସେଚନ ପାଇଁ ସୁବିଧା ଆଣିଲା ସମସ୍ତେ ହସଖୁସିରେ ଆରାମରେ ରହିଲେ କଳାହାଣ୍ଡି ଏବେ କୃଷିକ୍ଷେତ୍ରରେ ଓଡିଶାରେ ନାଁ ରଖିଲା ଚାଷ ପାଇଁ ସମସ୍ତେ ହସଖୁସିରେ ଜୀବନ ଜୀବିକା ପାଇଲେ, ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଓ ରାଜନେତା ବାଃହା ବାଃହା ମାରିଲେ ରାଜନୀତି ଗରମାଗରମ ହେଲା ସମସ୍ତେ ଆନନ୍ଦ ଉଲ୍ଲାସ ସହିତ ଦିନ କାଟିଲେ ଏହା ସତ। କିନ୍ତୁ ଦୁଃଖ ଓ ଅବସାଦରେ ରହିଗଲେ ନୀରିହ ଜଳବନ୍ଦୀ ଅଞ୍ଚଳରେ ଥିବା ଜନସାଧରଣ, ଏମାନଙ୍କ ଦୁଃଖ କଥା ବୁଝିବା ପାଇଁ କାହାରି ସମୟ ନାହିଁ। ସେମାନଙ୍କ ପାଇଁ ନା ରହିଛି ଶିକ୍ଷା ବ୍ଯବସ୍ଥା ନା ରହିଛି ଗମନାଗମନ ସୁବିଧା ନା ରହିଛି ବିଜୁଳି ଓ ନେଟୱର୍କ ତେବେ ଏମାନେ ମଣିଷ ନା କଣ ଥରେ ବିଚାର କରନ୍ତୁ ସୁଦ୍ଧିଜନେ। ଏପରି ମଣିଷ ମାନଙ୍କୁ ସମାଜରେ ସ୍ବାଧୀନ ଭାବରେ କଣ ବଞ୍ଚିବା ପାଇଁ ସୁବିଧା ସୁଯୋଗ ଅଛନ୍ତି କି ନାହିଁ ଆପଣ ମାନେ ଥରେ ବିଚାର କରନ୍ତୁ। ହଁ ଆଜ୍ଞା ଏହା କୌଣସି ମନଗଢା କହାଣୀ ନୁହେଁ ଏହା ଏକ ବାସ୍ତବ ଚିତ୍ରକୁ ନେଇ ଆପଣ ମାନଙ୍କ ସମ୍ମୁଖରେ ରଖୁଛୁ। ଆସନ୍ତୁ ଜାଣିନେବା ଏମାନଙ୍କ ବିଷୟରେ, କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ପୋଡାପଦର ଗ୍ରାମ ପଞ୍ଚାୟତ ଏହି ପଞ୍ଚାୟତରେ ୧୧ ଟି ଗ୍ରାମ ଜନ ସଂଖ୍ୟା ୧୮୧୬, ଆଦିବାସୀ ୧୪୮୭, ହରିଜନ ୨୬୩ ଓ ଅନ୍ଯାନ୍ଯ ୬୬ ଲୋକ ମାନେଶବସବାସ କରିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଘୁଟୃଖାଲ ନାମକ ଏକ ପଞ୍ଚାୟତ ରହିଥିଲା ପରବର୍ତ୍ତୀ ସମୟ ଇନ୍ଦିବତୀ ଜଳ ବିଦ୍ବ୍ଯତ ସ୍ଥାପନ କରାଯିବା ଫଳରେ ଏହି ଘୁଟୃଖାଲ ପଞ୍ଚାୟତ ଅଧିନରେ ଥିବା ଅଧିକାଂଶ ଗ୍ରାମର ଲୋକଙ୍କୁ ବିସ୍ଥାପିତ ଜୀବଯାପନ କଲେ। ଘୁଟୃଖାଲ ନାମକ ପଞ୍ଚାୟତ ଆଉ ରହିଲା ନାହିଁ ଇନ୍ଦିବତୀ ନଦୀ ଜଳଭଣ୍ତାର ଭିତରେ ଲିନ ହୋଇଗଲା। ବର୍ତ୍ତମାନ ୧୧ ଗୋଟି ଗ୍ରାମ ଏହି ଗ୍ରାମମାନଙ୍କର ବିକାଶ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନୂତନ ଗ୍ରାମପଞ୍ଚାୟତ ଭାବରେ ପୋଡାପଦର ନାମରେ ସ୍ଥାପନ କରାଗଲା। ବର୍ତ୍ତମାନ ପୋଡାପଦର ପଞ୍ଚାୟତରେ ୧୧ ଗୋଟି ଗ୍ରାମ ରହିଥିବା ବେଳେ ପଞ୍ଚାୟତ ଅଧିନରେ ରହିଛି ଜନସଂଖ୍ୟା ୧୮୧୬, ଆଦିବାସୀ ୧୪୮୭, ହରିଜନ ୨୬୩ ଓ ଅନ୍ଯାନ୍ଯ ବର୍ଗର ଲୋକ ୬୬ ଜଣ ଲୋକ ବାସବାସ କରୁଥିବା ସୂଚନାରୁ ଜଣାପଡିଛି। ତେବେ ଏହି ପୋଡାପଦର ଗ୍ରାମ ପଞ୍ଚାୟତ ଏବେ ଇନ୍ଦିରାବତୀ ଜଳ ଭଣ୍ତାର ଘେରରେ ରହି ଯନ୍ତ୍ରଣା ଭୋଗୁଛନ୍ତି, ପଞ୍ଚାୟତ ବାସୀ ଙ୍କ ପୁଅଝିଅ ପାଇଁ ଶିକ୍ଷର ଆବଶ୍ୟକ ରହିଥିବା ବେଳେ ପାନୀୟ ଜଳ, ସ୍ବାସ୍ଥ୍ୟ, ଗମନାଗମନ ଏମାନଙ୍କ ପାଇଁ ସାତସପନ, କୌଣସି ଜରୁରୀ କାମ ପଡେ କିମ୍ବା ଡାକ୍ତରଖାନା କାର୍ଯ୍ଯରେ ଜଣେ ଗର୍ଭବତୀ କି ରୋଗୀଙ୍କୁ ନେବାକୁ ହେଲେ ସେହି ଇନ୍ଦିରାବତୀ ଜଳ ଭଣ୍ତାରରେ ବ୍ଯବହାର କରୁଥିବା ଡଙ୍ଗା ହିଁ ଭରସା, ଏହି ପଞ୍ଚାୟତ ବାସୀ ଥୁଆମୁଳ ରାମପୁର ଠାରୁ ବହୁ ଦୂରରେ ଜୀବନ ଯାପନ କରୁଛନ୍ତି। ଏଥିରୁ ସହଜରେ ଅନୁମାନ କରାଯାଇପାରେ ଥୁଆମୁଳ ରାମପୁର ବ୍ଳକ ସେମାନଙ୍କ ମୁଖ୍ଯାଳୟ ହୋଇଥିଲେ ମଧ୍ୟ ପ୍ରାୟ ବ୍ଳକ ଅଫିସ, ତହସିଲ କାର୍ଯ୍ୟାଳୟ ଓ ଥାନା ଭଳି କିଛି କାର୍ଯ୍ଯାଳୟରେ କାଁଭାଁ କାମଥାଏ ବାକି ଯାହା ସେମାନେ ନବରଙ୍ଗପୁର ଜିଲ୍ଲା ସହିତ ଅଧିକାଂଶ ସମୟ ନିର୍ଭରଶୀଳ। ଏଗଲା ବାକି ରହିଲା ପାନୀୟ ଜଳ ଓ ଶିକ୍ଷା ଏଥିରେ କିଛି ନାହିଁ କେବଳ ନାମକୁ ମାତ୍ର ବିଦ୍ୟାଳୟ ଅଛି ଉନ୍ନତ ମାନର ବିଦ୍ୟାଳୟ କୋଠା ନାହିଁ, ଯାହାବି ରହିଛି ଟିଣ ଛାତର ବିଦ୍ୟାଳୟ ଏହା ମଧ୍ୟ କେବଳ ଭିତର ଡୁଙ୍ଗା, ଭ୍ରଷୁଲି ଓ ପୋଡାପଦର ଗ୍ରାମରେ ଅଛି, ଏହି ତିନୋଟି ଗାଁରେ ରହିଛି ପ୍ରଥମରୁ ପଞ୍ଚମ ଶ୍ରେଣୀର ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ। ଶିକ୍ଷାର ବିକାଶ କେତେ ଦୂର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଆଗକୁ ନେଉଛି। ଏହାଛଡା ରାସ୍ତାର ଅଭାବ ବର୍ତ୍ତମାନ ଦିନରେ ଲୋକ ହସା ହେବା ହିଁ ସାର, ରାସ୍ତା ଅଭାବ ରହିଥିବା ଗାଁ ମାନଙ୍କ ମଧ୍ୟରେ ରହିଛି ଲିଟିମସ୍କା,କାରବାଡି, ଭ୍ରୃଷୁଲି, ଉପର ଟେମରା, ତଲପୁଙ୍ଗା, କୁଟ୍ରୃପାଟ, ସରାଫାସ, ଘୁଟୃଖାଲ,ଝିରିଗାଁ, ଉପର ଗୁଞ୍ଜମାଳି, ତଲପୁଙ୍ଗା, ସରଫାସ, ମନୁଷ ପଦର, ତଲଗୁଞ୍ଜମାଳି, କଲାଟି ଭଳି ଗାଁମାନଙ୍କରେ ରାସ୍ତାର ଅଭାବ ଏଠାରେ ମୋଟାମୋଟି ଭାବରେ କହିବାକୁ ଗଲେ ପୋଡାପଦର ପଞ୍ଚାୟତରେ ସମ୍ପୂର୍ଣ୍ଣ ଭାବରେ ରାସ୍ତାଘାଟ ଅଭାବ ରହିଛି। ଏହା ସହିତ ନେଟୱର୍କ ଓ ବିଜୁଳିର ସୁବିଧା ଉପଲବ୍ଧ ହୋଇନାହିଁ। ହେଲେ ଇନ୍ଦିବତୀ ଜଳ ବିଦ୍ବ୍ଯତ ପ୍ରକଳ୍ପ ଏହି ପଞ୍ଚାୟତର ଜନସାଧରଣଙ୍କ ପାଇଁ କଣ ଉନ୍ନତିକରିଛି, ଏହାର ଉତ୍ତର କାହା ପାଖରେ ନାହିଁ, ପୁଣି ଏମାନଙ୍କ ଜଳବନ୍ଦୀ ଜୀବନ ଭିତରେ କେତେଙ୍କର ଜୀବନ ଯାଇଛି ତାହାର ହିସାବ ନାହିଁ, ଏନେଇ ଇନ୍ଦିବତୀ ଜଳଭଣ୍ତାରରେ ପୋଲ ଟିଏ ନିର୍ମାଣ କରିବା ପାଇଁ ଉକ୍ତ ପଞ୍ଚାୟତବାସୀ ପ୍ରଶାସନ, ସାଂସଦ ଓ ବିଧାୟକଙ୍କୁ ଜଣାଇ ଆସୁଥିବା ସ୍ବତ୍ବେ ଫଳ ଶୂନ ରହିଥିବା ଜଣାପଡିଛି, ନେତାଙ୍କ ମିଥ୍ୟା ପ୍ରତିଶ୍ରୁତି ପ୍ରହସନ ପାଲଟିଛି। ଆଗକୁ ପଞ୍ଚାୟତ ବାସୀଙ୍କ ଭବିଷ୍ୟତ କେଉଁ ଦିଗକୁ ଗତିକରୁଛି ତାହା ସମୟ ହିଁ କହିବ ବୋଲି ଆଶା କରାଯାଉଛି। କଳାହାଣ୍ଡି ରୁ କିଶନ ଶର୍ମା ଙ୍କ ରିପୋର୍ଟ ଭଞ୍ଜଦୂତ ନିଉଜ