
ମନରେଗା ଅଧିନିୟମର ଏକ ଦିବସୀୟ ତାଲିମ ଶିବିର
ଗଜପତି (ଟିକି ଲିମା)
ନୂଆଗଡ଼;୨୨/୪ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା କଲ୍ୟାଣୀ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ମନରେଗା ଅଧିନିୟମର ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉପସ୍ତିତ ଥିଲେ ବିଡିଓ ଲୋକନାଥ ଶବର, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ, ଏପିଓ ଦିଲ୍ଲୀପ କୁମାର ଦାସ, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ର ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ। ମନରେଗା ଅଧିନିୟମର ନୂତନ କାର୍ଯ୍ୟସୈଳି ଉପରେ, ଏହି ବ୍ଲକକୁ ଦାଦନ ପ୍ରବଣ ଅଞ୍ଚଳ ହିସାବରେ ଥିବାରୁ ଶ୍ରମିକ ମାନଙ୍କୁ ଅଧିକରୁ ଅଧିକ ୩୦୦ ଦିନ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ତାଲିମ ଶିବିରରେ ସଚେତନ କରାଇ ଥିଲେ। ଏଥିରେ ବ୍ଲକର ୧୯ଟି ପଞ୍ଚାୟତର ସମସ୍ତ ଏଡିଇଓ, ଗ୍ରାମ ରୋଜଗାର ସେବକ, ମେଟ୍ ମାନେ ଉପସ୍ଥିତ ଥିଲେ।