ଜଳେଶ୍ଵର ସହର ମଧ୍ୟରେ ଆର ଏଣ୍ଡ ବି ରୋଡ, ଆର.ଡି ରୋଡ ଏବଂ ଇରିଗେସନ ରିଙ୍ଗ ରୋଡର ଯେଉଁ ଦୁରବସ୍ଥା ଅଛି ତାହାର ମରାମତି ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଗତ ୫ ସେପ୍ଟେମ୍ବର ୨୦୨୬ ରିଖରେ ଜିଲ୍ଲାପାଳଙ୍କୁ ଏକ ଦାବି ପ୍ରଦାନ କରାଯାଇଥିଲା । ଦାବି ପତ୍ର ଅନୁଯାୟୀ ୧୫ ଦିନ ମଧ୍ୟରେ ଏହି ସମସ୍ତ ବିଭାଗର ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ନ ହେଲେ ଆସନ୍ତା ୨୧ ସେପ୍ଟେମ୍ବର ୨୦୨୬ ରିଖରେ ଜଳେଶ୍ଵର ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିବା ପାଇଁ ବିଜୁ ଜନତା ଦଳ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲା।
ଏହି ପରିପ୍ରେକ୍ଷୀରେ ଆଜି ଜଳେଶ୍ଵରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ରଙ୍କ ନେତୃତ୍ୱରେ ଜଳେଶ୍ଵର ଡାକବଙ୍ଗଳା ଠାରେ ତିନି ବିଭାଗର ଏସ.ଇ ଓ ତାଙ୍କର ପ୍ରତିନିଧି ସହ ଜଳେଶ୍ଵର ତହସିଲଦାର ଏବଂ ଜଳେଶ୍ଵର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଆଲୋଚନା ଅନୁଯାୟୀ ଜଳେଶ୍ଵର ସହର ମଧ୍ୟରେ ଆର ଏଣ୍ଡ ବି ରୋଡରେ ହୋଇଥିବା ଖାଲ ଖମାରକୁ ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା ପିଚୋ ଦେଇ ମରାମତି କାର୍ଯ୍ୟ ସମାପ୍ତ କରିବା ପାଇଁ ଏସ.ଈ ଆର ଏଣ୍ଡ ବି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
ଇରିଗେଶନ ରିଙ୍ଗ ରୋଡର ମରାମତି ଓ ବିଦ୍ୟାଧରପୁର ବିଦ୍ୟାଳୟ ସମ୍ମୁଖରେ ଥିବା ଆର.ଡି ରୋଡର ଖାଲ ଖୁମାରକୁ ମରାମତି କାର୍ଯ୍ୟକୁ ଆସନ୍ତା ଦୁର୍ଗାପୂଜା ପୂର୍ବରୁ ସମାପ୍ତ କରିବେ ବୋଲି ଏସ.ଈ ଆର. ଡି ଓ ଏସ.ଡି.ଅ ଇରିଗେସନ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
ମାନନୀୟ ବିଧାୟକ ଶ୍ରୀ ପାତ୍ର, ନଗରପାଳ ଶ୍ରୀଯୁକ୍ତ ପ୍ରତୀପ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ କୁମାର ଜେନା, ତହସିଲଦାର ଜଳେଶ୍ଵର, ଏବଂ ଜଳେଶ୍ଵର ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ତିନି ବିଭାଗର ଅଧିକାରୀଙ୍କ ପ୍ରତିଶ୍ରୁତିକୁ ଆଖି ଆଗରେ ରଖି ବିଜୁ ଜନତା ଦଳ, ଜଳେଶ୍ଵର ନଗର, ବିଜୁ ଯୁବ ଓ ଛାତ୍ର ଜନତା ଦଳ ହେବାକୁ ଥିବା ପ୍ରସ୍ତାବିତ ଧାରଣା (୨୧ ସେପ୍ଟେମ୍ବର ୨୦୨୬)କୁ ସ୍ଥଗିତ ରଖିଲା। ଯଦି ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ନ ହୁଏ ତାହାଲେ ଆସନ୍ତା ଅକ୍ଟୋବର ୨ ତାରିଖ ପରେ ବିଜୁ ଜନତା ଦଳ ପୁଣି ରାଜ ରାସ୍ତାକୁ ଉଲ୍ହେଇବା ପାଇଁ ବାଧ୍ୟ ରହିବ।
