
ବିନା କାର୍ଯ୍ୟରେ ପଞ୍ଚାୟତ ଫଣ୍ଡରୁ ୪ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ।
ସ୍ଥାନ ପରଜଙ୍ଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ଏବେ ଦୁର୍ନୀତି ସୀମା ଟପିବାରେ ଲାଗିଛି, ପୂର୍ବରୁ କଙ୍କିଳି ପଞ୍ଚାୟତ, ବର୍ତ୍ତମାନ କୁମୁସି ପଞ୍ଚାୟତ ରେ ଟଙ୍କା ହଡ଼ପ ଘଟଣା ସାମ୍ନାକୁ ଆସିଛି ଯାହାକି ବର୍ତ୍ତମାନ ସମସ୍ତ ପଞ୍ଚାୟତ ର ଯାଞ୍ଚ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।ସୂଚନା ଯୋଗ୍ୟ ପଞ୍ଚାୟତ ରେ କୌଣସି କାର୍ଯ୍ୟ କରା ନଯାଇ ୪ ଗୋଟି ପ୍ରକଳ୍ପ ବିଜୟ ପଣ୍ଡା ଘର ଠାରୁ ଟିକମ ପାଣି ଘର ପର୍ଯ୍ୟନ୍ତ ରାସ୍ତା ,ଶରତ ପଣ୍ଡା ଘର ଠାରୁ କପିଳ ପଣ୍ଡା ଘର ପର୍ଯ୍ୟନ୍ତ ରାସ୍ତା, କୁମୁସି ଗ୍ରାମ ରେ ଗେଟ,ରିଆ ସ୍କୁଲ ପାଚେରୀ ନିର୍ମାଣ ନାମରେ ପ୍ରାୟ ୪ ଲକ୍ଷ୍ୟ ଟଙ୍କା ପଞ୍ଚାୟତ ପାଣ୍ଠିରୁ ଉଠାଇ ଆତ୍ମସାତ କରାଯାଇ ଥିବା ଅଭିଯୋଗ ହୋଇଛି। ସରପଞ୍ଚ ବଳରାମ ନାଏକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲ ଆତ୍ମସାତ କରିଥିବା ନେଇ ପଞ୍ଚାୟତର ପ୍ରତାପ ପଣ୍ଡା,ଚିନ୍ତାମଣି ସାହୁ,ଦୁଷ୍ମନ୍ତ ଖିଲାର,ସିଦ୍ଧାର୍ଥ ଶଙ୍କର ପାଣି, ମହେଶ୍ୱର ଖିଲାର, ଓ ୱାର୍ଡ ମେମ୍ବର ଦୁଆରୀ ନାଏକ, ଭୁବନ ମୋହନ ବିଶ୍ୱାଳ, ତୃପ୍ତି ରଞ୍ଜନ ପଣ୍ଡା,ସସ୍ମିତା ପଣ୍ଡା,ପ୍ରିୟଙ୍କା ସେଠି ,ଗଣେଶ୍ୱର ନାଏକ, ପରଜଙ୍ଗ ବିଡ଼ିଓ ଓ ଉପ ଜିଲ୍ଲାପାଳଙ୍କ ନିକଟରେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି ଏବଂ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି, ଏ ସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗା ଯୋଗ କରିଥିଲେ ସୁଦ୍ଧା ସେ ଫୋନ ଉଠାଇ ନଥିଲେ।କୁମୁସି ସରପଞ୍ଚ ବଳରାମ ନାଏକ କୁହନ୍ତି ପଞ୍ଚାୟତର ଡଙ୍ଗଲ ମନରେଗା କାର୍ଯ୍ୟ ପେମେଂଟ ପାଇଁ ବ୍ଲକର ଏମ ଜି ଏନ ଆର ଇ ଜି ଏସ ସେକ୍ସନରେ ରୁହେ।ତେଣୁ ବ୍ଲକ୍ ର କୌଣସି ଅଧିକାରୀଙ୍କୁ ହାତ କରି ପିଇଓ ଏପରି ଚନକତା କରିଥିବା ସରପଞ୍ଚ କହିଛନ୍ତି।ଏଘଟଣା ସେ ବିହାଗୀୟ ୱେବ ସାଇଟ ରୁ ଜାଣିବା ପରେ ଉଭୟ ବିଡ଼ିଓ ଓ ପରଜଙ୍ଗ ଥାନା ଅଧିକାରୀଙ୍କୁ ରବିବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ରେ ଦର୍ଶାଇ ଛନ୍ତି କୁମୁସି ବ୍ୟାଙ୍କରେ ଜମା ଥିବା ପଞ୍ଚାୟତର ୫ମ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ସରପଞ୍ଚ ଙ୍କ ଅଜାଣତରେ ପଞ୍ଚାୟତରେ କୌଣସି କାର୍ଯ୍ୟ କରା ନଯାଇ କୁମୁସି ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ସାମଲ ୧୬/୪/୨୫ ରିଖ ଦିନ ପ୍ରାୟ ଚାରି ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି।ଟଙ୍କା ଆତ୍ମସାତ ହୋଇଥିବା ନେଇ ସରପଞ୍ଚ ଵିଭାଗୀୟ ୱେବ ସାଇଟ ରୁ ଜାଣିବାକୁ ପାଇବା ପରେ ଏହାର ବିଧିବଧ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ୨୦/୪/୨୫/ରିଖ ରବିବାର ଦିନପରଜଙ୍ଗ ବିଡ଼ିଓ ଓ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।ପରଜଙ୍ଗ ବିଡ଼ିଓ ସୌଭାଗ୍ୟ ବେହେରା କୁହନ୍ତି ଉଭୟଙ୍କ ଅଭିଯୋଗ ଆସିଛି ତଦନ୍ତ ପାଇଁ ଚିଠି କରିଛି ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର