
ସୋର ପୋଲିସ କୁ ବଡ଼ ସଫଳତା। ୪ ଦୁର୍ଦାନ୍ତ ଅପରାଧୀ ଗିରଫ।
ସୋର : ବାରିକପୁର ଅସିମିଲା ଯୁବକ ଙ୍କ ବେକରେ ଭୁଜାଲି ଲଗାଇ ୪୦ ହଜାର ଟଙ୍କା ଲୁଟ୍ ଘଟଣା ରେ ସୋର ପୋଲିସ ୪ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୪/୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ବାରିକପୁର ଅସିମିଲା ରାସ୍ତା ବସୁଧା ପାଣି ଟାଙ୍କି ନିକଟରେ ଗତ ୧୪ ତାରିଖ ଦିନ ୧୧ଘଟିକା ସମୟରେ ହୋଇଥିବା ଲୁଟ୍ ଘଟଣା ରେ ପୁଲିସ ରହସ୍ୟ ପର୍ଦ୍ଦାଫାଶ କରିଛି। ଘଟଣା ରୁ ପ୍ରକାଶ ଘଟଣା ଦିନ ସୋର ଥାନା ଗୋବିନ୍ଦପୁର ଗ୍ରାମ ର ପ୍ରଦୀପ ମଲ୍ଲିକ ଓ ତାଙ୍କ ଦାଦା ପୁଅ ଭାଇ ବାହାନଗା ବଜାର ଏକ ଏଟିଏମ୍ ରୁ ଟଙ୍କା ଉଠାଇ ଅସିମିଲା ର ତାଙ୍କ ଭଉଣୀ ଘର ହୋଇ ବାଲେଶ୍ଵର ରୁ ଏକ ନୁଆ ଗାଡି ଆଣିବାକୁ ଯିବା କଥା। କିନ୍ତୁ ଅସିମିଲା ପାଣି ଟାଙ୍କି ନିକଟରେ ଦୁର୍ବୃତ୍ତ ମାନେ ୪ ଟି ଗାଡ଼ିରେ ୮/୯ ଜଣ ଆସି ତାଙ୍କୁ ଆକ୍ରମଣ କରି ୪୦୦୦୦ ଟଙ୍କା ଲୁଟ୍ କରିଥିଲେ। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ କରୁଥିବା ସମୟରେ ବିଦୁ ପେଟ୍ରୋଲ ପମ୍ପ ନିକଟରୁ ସୋର ଥାନା ସାଜନପୁର ପଞ୍ଚାୟତ ଅଙ୍କ ବ୍ରହ୍ମପୁର ଗ୍ରାମ ର ସରୋଜ ଜେନା (ପପୁ ) କୁ ଧରିଥିଲେ। ପପୁ କୁ ସୋର ପୋଲିସ ଅଧିକ ପଚରାଉଚରା ପରେ ସେହି ଗ୍ରାମର ରାହୁଲ ଜେନା, ବାହାନଗା ପଥର ପେଣ୍ଠ ଗ୍ରାମର ଶିବା ମଳିକ ଓ ଅନିଲ ବେହେରା ଙ୍କୁ ତାଙ୍କ ନିଜସ୍ଵ ଘରୁ ପୁଲିସ ଉଠାଇ ଆଣିଥିଲା। ଅନ୍ୟମାନେ ଖବର ପାଇ ଫେରାର ହୋଇଯାଇଥିଲେ। ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ବ୍ୟାପକ ମରାଣାଅସ୍ତ୍ର ଜବତ କରିଛି। ଆଜି ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ସୋର ପୋଲିସ।