*ମଣଦା ରୁ ତିନି କେଜି ଗଞ୍ଜେଇ ଜବତ* ବାଙ୍ଗିରିପୋଷି ଭଞ୍ଜଦୂତ ଖବର ନି. ପ୍ର (ଅଂଶୁମାନ ଘୋଷ)୧୭/୦୯/୨୬:- ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ ଉପରେ ପୁଲିସ ଚଢାଉ ଜାରି ରଖିଥିବା ବେଳେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରେ ଗଞ୍ଜେଇ ଜବତ ହୋଇଛି। ବାଙ୍ଗିରିପୋଷି ମଣଦା ଅଞ୍ଚଳରେ ପୁଲିସ ଚଢାଉ କରି ତିନି କେଜି ଗଞ୍ଜେଇ ଜବତ କରିଛି।ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରେ ଜଣେ ଅଭିଯୁକ୍ତକୁ ଗିରଫ ଏହି ଘଟଣାରେ ରାଜୀବ କୁମାର ସେଠି ଙ୍କୁ (୪୨) ଅଭିଯୁକ୍ତ ଭାବେ ଧରାଯାଇଛି । ଚଢାଉ ସମୟ ରେ ତିନି କେଜି ଗଞ୍ଜେଇ ଜବତ କରାଯାଇଥିଲା, ଜବତ ଗଞ୍ଜେଇ କୁ ପୁଲିସ ନିଜ ହେପାଜତକୁ ନେବା ସହ ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଆରମ୍ଭ ହେଇଛି। ଗଞ୍ଜେଇ କୋଉଠୁ ଆସିଥିଲା ଆଉ ଏହାର ଚାଲାଣ ପଛରେ କାହା ହାତ ଅଛି ପୁଲିସ ତାହାକୁ ତତନ୍ତ ଜାରି ରହିଛି । ଏହି ଚଢାଉ ରେ ସଦର ଇନ୍ସପେକ୍ଟର ସଞ୍ଜୟ କାଣ୍ଡି ଙ୍କ ନେତୃତ୍ଵ ରେ ଏସଆଇ ଆଶିଷ ସାହୁ ଙ୍କ ମୋବାଇଲ୍ ଟିମ୍ ସାମିଲ ହୋଇଥିଲା । ଏଥିସହ କୁଳିଅଣା ଟିମ୍ ଓ ଷ୍ଟାଫ୍ ଚଢାଉ ରେ ସାମିଲ ଥିଲେ । ଆଗାମୀ ଦିନ ରେ ମଧ୍ୟ ବେଆଇନ ନିଶା କାରବାର ବିରୋଧରେ ଚଢାଉ ଜାରିରହିବ ବୋଲି ପୋଲିସ ପକ୍ଷ ରୁ ଜଣାପଡିଛି।
