ରାଜୁ ବାଗ ହତ୍ୟାକାଣ୍ଡ:ପୋଲିସର ଅପାରଗତା ବିରୁଦ୍ଧରେ ଥାନା ଘେରା
କୋକସରା:ତା- କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)ଚାଞ୍ଚଲ୍ୟକର ମୁଣ୍ଡବିହୀନ ହତ୍ୟାକାଣ୍ଡକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ହତ୍ୟାକାରୀଙ୍କ ଟେର୍ ମିଳିନାହିଁ। ହତ୍ୟାର କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ସୃଷ୍ଟ ସୂଚନା ପାଇପାରିନଥୂବାରୁ ଅସନ୍ତୋଷ ପ୍ରକାଶ କରି ନ୍ୟାୟ ଦାବିରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଘେରାଉ କରାଯାଇଛି।ଗତ ୫ ତାରିଖରେ କୋକସରା ଥାନା ଲଡୁଗାଁ–ସୁପାଡ଼ ରାସ୍ତା ନିକଟ ବିଲରୁ ରାଜୁ ବାଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାର ୪ ଦିନ ପରେ ନିକଟସ୍ଥ ନାଳରୁ କଟାମୁଣ୍ଡର ଅଂଶବିଶେଷ ମିଳିଥିଲା। ହେଲେ ଏଯାଏଁ ହତ୍ୟାର କାରଣ କିମ୍ବା ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ।ପୋଲିସ ତଦନୁରେ ଅସନ୍ତୋଷ ପ୍ରକାଶ କରି ଥାନା ଘେରାଉ କରିବା ସହ ହତ୍ୟାକାରୀଙ୍କୁ ଚିହ୍ନଟ ଓ ଗିରଫ କରି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି କରିଛନ୍ତି ଆନ୍ଦୋଳନକାରୀ।୧୬ ଦିନ ପରେ ବି ହତ୍ୟା ରହସ୍ୟ ଉପରୁ ପରଦା ହଟିନଥୂବାରୁ ଅଞ୍ଚଳରେ
ରୋକ୍ଷ ନୀଳ ହେବାରେ ଲାଗିଛି।
