ପୁଣି ବେଆଇନ ଖଣିଜ ପରିବହନ ବିରୋଧରେ ଚଢ଼ାଉ…
ସଦର ଥାନା ପୋଲିସ୍ ଦ୍ୱାରା ୨ଟି ଗାଡ଼ି ଜବତ
ରିପୋର୍ଟ୍ ଏକାଦଶୀ ବେହେରା
ଢେଙ୍କାନାଳ :- ପୁଣି ବେଆଇନ ଖଣିଜ ପରିବହନ ବିରୋଧରେ ଚଢ଼ାଉ। ୨ଟି ଗାଡ଼ିକୁ ମାଡ଼ି ବସିଲେ ପୋଲିସ୍। ଏହାକୁ ଜବତ କରିଛି ଢ଼େଙ୍କାନାଳ ସଦର ଥାନା ପୋଲିସ୍।ଗତକାଲି ଚଢ଼ାଉ ବେଳେ ବେଆଇନ ଭାବେ ଯାତାୟାତ କରୁଥିବା ଗାଡ଼ି ଗୁଡିକୁ ଜବତ କରାଯାଇଛି। ଜବତ ଗାଡ଼ି ମଧ୍ୟରୁ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ରହିଥିବା ବେଳେ ଆଉ ଗୋଟେ ବାଲି ବୋଝେଇ ଟିପର ରହିଛି। ଟ୍ରାକ୍ଟରଟିର ନମ୍ୱର OD – 06 -H -8017 ଏବଂ ଗୋଟିଏ ବାଲି ବୋଝେଇ ଟିପର ନମ୍ୱର – OD -19 -N -7475 ରହିଛି। ଉଭୟ ଗାଡ଼ିକୁ ସଦର ଥାନାରେ ଅଟକ ରଖାଯାଇଛି। ଏବଂ ତାହାର ଅଧିକ ତଦନ୍ତ ଜାରି ରହିଛି।
