ଆନନ୍ଦ ଉଲ୍ଲାସର ସହିତ ବିଶ୍ୱକର୍ମା ପୂଜା ପାଳନ
_______________
ସାରସକଣା,(୧୮/୯/୨୬):(ନି.ପ୍ର):
ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଝାରପୋଖରିଆ ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ କୁଶଧ୍ୱଜ ପାଳଙ୍କ ଘରେ ଭକ୍ତି ଓ ଶ୍ରଦ୍ଧାର ସହିତ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି। ଏହି ଅବସରରେ ପ୍ରଭୁ ବିଶ୍ୱକର୍ମାଙ୍କର ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଆରତି ଅନୁଷ୍ଠିତ ହୋଇଥିଲା। ପରିବାରବର୍ଗଙ୍କ ସହ ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ନେଇଥିଲେ। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା କାମନା କରି ପ୍ରଭୁ ବିଶ୍ୱକର୍ମାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ପୂଜାକୁ ନେଇ ପରିବାର ଓ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା ।ଏହି ଅବସରରେ ସମସ୍ତଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରସାଦ ବଣ୍ଟନ କରାଯାଇଥିଲା । ସମସ୍ତେ ଆନନ୍ଦର ସହ ପ୍ରସାଦ ଗ୍ରହଣ କରି ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦ କାମନା କରିଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
