ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ୧୦୦୮ ଦୀପ ପ୍ରଜ୍ଵଳନ
______________
ସାରସକଣା,(୧୮/୯/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ରାଜା ଲୋକା ପଞ୍ଚାୟତର ରାଜାଲୋକା ତାରକା କ୍ଷେତ୍ରସ୍ଥ ଶ୍ରୀରାମ ମନ୍ଦିରରେ ଝାରପୋଖରିଆ ମଣ୍ଡଳ ସଭାପତି ରାଜେନ୍ଦ୍ର ନାଥ ବିନ୍ଧାଣୀଙ୍କ ଅଧ୍ୟକ୍ଷତାରେ ୧୦୦୮ ଦୀପ ପ୍ରଜ୍ଵଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ପବିତ୍ର ଜନ୍ମଦିନ ଅବସରରେ ସାରସକଣା ବିଧାୟକ ଭାଦବ ହାଁସଦା,ପଶ୍ଚିମ ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ଉପସଭାପତି ତାପସ ଦତ୍ତ, ସତ୍ୟରଞ୍ଜନ ମଣ୍ଡଳ, ମୁଖ୍ୟ ପ୍ରବକ୍ତା ପତଞ୍ଜଳୀ ନନ୍ଦ, ବରିଷ୍ଠ କାର୍ଯ୍ୟକର୍ତ୍ତା ଆଶୁତୋଷ ପ୍ରତିହାରୀ,ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଛା କାର୍ଯ୍ୟକର୍ତ୍ତା ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଓ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହିଥିଲେ ।ବିଶ୍ଵର ସର୍ବାଧିକ ଜନପ୍ରିୟ ନେତା,ନବଭାରତର ଶିଳ୍ପୀକାର, ରାଷ୍ଟ୍ର ହିତକୁ ବ୍ରତ ଭାବେ ଗ୍ରହଣ କରି “ବିକଶିତ ଭାରତ” ନିର୍ମାଣ ପାଇଁ ପ୍ରୟାସରତ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନରେ ମନ୍ଦିରରେ ୧୦୦୮ ଦୀପ ଜଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ କୃପା ସଦାସର୍ବଦା ରହିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ସୁସ୍ଥ, ନିରୋଗ ଓ ଦୀର୍ଘାୟୁ ରଖନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
